ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ସିଜାନ ମହମ୍ମଦ ଗିରଫ

ମୁମ୍ବାଇ,୨୫ ।୧୨: ଟେଲିଭିଜନ ଦୁନିଆର ଜଣେ ପରିଚିତ କଳାକାର ତୁନିଶା ଶର୍ମାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଚମକାଇ ଦେଇଛି । ଶନିବାର ତୁନିଶାଙ୍କ ମୃତଦେହ ଶୁଟିଂ ସେଟରେ ଝୁଲନ୍ତା ଅବସ୍ଥାରେ ମିଳିଥିଲା । କୁହାଯାଉଛି କି ଡିପ୍ରେସନ କାରଣରୁ ତୁନିଶା ଆତ୍ମହତ୍ୟା କରିଛନ୍ତି । ଏବେ ଏହି ମାମଲାରେ ମୁମ୍ବାଇ ପୋଲିସ ତୁନିଶାଙ୍କ ଏକ୍ସ ବୟଫ୍ରେଣ୍ଡ ତଥା ଅଲିବାବା ଦାସତାନ ଏ କାବୁଲ ଅଲି ସିରିଏଲର କୋଷ୍ଟାର ସିଜାନ ମହମ୍ମଦ ଖାଁକୁ ଗିରଫ କରିଛି । କେବଳ ସେତିକି ନୁହେଁ ସିଜାନଙ୍କ ବିରୋଧରେ ଅଭିନେତ୍ରୀଙ୍କୁ ସୁଇସାଇଡ ପାଇଁ ଉସକାଇବା ମାମଲା ସମ୍ପର୍କିତ ଏଫଆଇଆର ଦାଖଲ କରାଯାଇଛି ।
ସୂଚନାଯୋଗ୍ୟ, ଛୋଟ ପରଦାର ଅଭିନେତ୍ରୀ ତୁନିଶା ତାଙ୍କ କୋ ଷ୍ଟାର ସିଜାନଙ୍କ ସହ ରିଲେସନଶିପରେ ଥିଲେ । ହେଲେ ନିକଟରେ ଉଭୟଙ୍କ ମଧ୍ୟରେ ବ୍ରେକଅପ ହୋଇଯାଇଥିଲା । ଯେଉଁଥିପାଇଁ ତୁନିଶା ଖୁବ୍ ଚିନ୍ତିତ ଥିଲେ ।

Share