୧୪ ଦିନିଆ ନ୍ୟାୟିକ ହେପାଜତରେ ଶିଜାନ

ମୁମ୍ବାଇ: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ଆତ୍ମହତ୍ୟା କରିବା ପରେ ତାଙ୍କର କୋ-ଷ୍ଟାର ଶିଜାନ ଖାଁଙ୍କ ଅଡୁଆ ବଢିବାରେ ଲାଗିଛି । ଶନିବାର ତାଙ୍କର ପୋଲିସ କଷ୍ଟ୍ୟୁଡି ଶେଷ ହୋଇଛି । ଏହା ପୂର୍ବରୁ ପୋଲିସ ତାଙ୍କୁ ଭସଇ କୋର୍ଟରେ ହାଜର କରାଇଥିଲା । ଭସଇ କୋର୍ଟ ଅଭିଯୁକ୍ତ ଶିଜାନଙ୍କୁ ୧୪ ଦିନିଆ ନ୍ୟାୟିକ ହେପାଜତକୁ ପଠାଇ ଦେଇଛନ୍ତି । ଏବେ ପର୍ଯ୍ୟନ୍ତ ଏହି ମାମଲାରେ କିଛି ବଡ ତଥ୍ୟ ସାମ୍ନାକୁ ଆସିଛି । ଏହା ମଧ୍ୟ ଜଣାପଡିଛି କି ଶିଜାନ ତୁନିଷାଙ୍କୁ ମାରପିଟ କରୁଥିଲେ ।

ମିଳିଥିବା ସୂଚନା ଅନୁଯାୟୀ, ଶିଜାନଙ୍କ ପରିବାର ଖୁବଶୀଘ୍ର ତାଙ୍କର ଜାମିନ ଆବେଦନ କରିପାରନ୍ତି । ଏଥିପାଇଁ କାଗଜ ପତ୍ର କାମ ଆରମ୍ଭ ହୋଇଯାଇଛି । ଶନିବାର ଶିଜାନ କୋର୍ଟରେ ହାଜର ହେବା ସମୟରେ ସରକାରୀ ପକ୍ଷ କହିଥିଲେ କି ଅଭିଯୁକ୍ତ ଶିଜାନ ତୁନିଷାଙ୍କୁ ଉର୍ଦ୍ଧୁ ଶିଖାଉଥିଲେ ଆଉ ତାଙ୍କୁ ସେଟ୍ ଉପରେ ଥାପଡ ମାରିଥିଲେ । ପଚରାଉଚରା ସମୟରେ ଶିଜାନ ତାଙ୍କର ଇମେଲ ଆଇଡି ଓ ପାସୱାର୍ଡ କହି ନାହାନ୍ତି ।

Share