ସିଜାନ ଖାଁଙ୍କ ପରିବାର ଉପରେ ଗୁରୁତର ଅଭିଯୋଗ ଆଣିଲେ ତୁନିଷା ଶର୍ମାଙ୍କ ମାମୁ

ମୁମ୍ବାଇ,୨ ।୨: ଟେଲିଭିଜନ ଅଭିନେତ୍ରୀ ତୁନିଷା ଶର୍ମା ୨୪ ଡିସେମ୍ବର ୨୦୨୨ରେ ତାଙ୍କ ଶୋ’ ‘ଅଲି ବାବା: ଦାସ୍ତାନ-ଏ-କାବୁଲ’ର ସେଟ୍‌ରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ । ତାଙ୍କ ଆତ୍ମହତ୍ୟାର କାରଣ ଅଭିନେତା ତଥା ଏକ୍ସ ବୟଫ୍ରେଣ୍ଡ ସିଜାନ ଖାଁଙ୍କ ସହ ବ୍ରେକ ଅପ ବୋଲି କୁହାଯାଉଛି । ଏହାପରେ ସିଜାନଙ୍କୁ ଗିରଫ କରାଯାଇଥିଲା । ସେବେଠାରୁ ସିଜାନ ଜେଲରେ ଅଛନ୍ତି । ତୁନିଷାଙ୍କ ପରିବାର ସିଜାନ ଓ ତାଙ୍କ ପରିବାର ଉପରେ ଅନେକ ଗୁଡିଏ ଗୁରୁତର ଅଭିଯୋଗ ଆଣିଛନ୍ତି । ଏବେ ତୁନିଷାଙ୍କ ମାମୁ ସିଜାନଙ୍କ ପରିବାର ଉପରେ ଯାଞ୍ଚ କରିବାକୁ ଦାବି କରିଛନ୍ତି ।
ତୁନିଷାଙ୍କ ମାମୁ ପୱନ ଶର୍ମା ଏଏନଆଇକୁ ଦେଇଥିବା ସାକ୍ଷାତକାରରେ କହିଛନ୍ତି, ଏହି ମାମଲାରେ ଆମେ ଶୀଘ୍ର ନ୍ୟାୟ ଚାହୁଁଛୁ । ସେଥିପାଇଁ ଏହି ମାମଲାକୁ ଆମେ ଫାଷ୍ଟଟ୍ରାକ କୋର୍ଟକୁ ପଠାଇବାକୁ ଚାହୁଁଛୁ । ଆମେ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଯାଇଥିଲୁ ଓ ଏହି ମାମଲାକୁ ଫାଷ୍ଟ ଟ୍ରାକ କୋର୍ଟକୁ ପଠାଇବାକୁ ଦାବି କରିଛୁ । ଏହାସହ ସେ କହିଛନ୍ତି, ସିଜାନଙ୍କ ଅନ୍ୟ ପରିବାସ ସଦସ୍ୟ, ଯିଏ ଏହି ମାମଲାରେ ସାମିଲ ଅଛନ୍ତି ତାଙ୍କ ବିରୋଧରେ ଇନଭେଷ୍ଟିଗେଶନ କରାଯାଉ ।

Share