ଆଜି ହେବ ତୁନିଶାଙ୍କ ଅନ୍ତିମ ସଂସ୍କାର

ମୁମ୍ବାଇ: ଅଭିନେତ୍ରୀ ତୁନିଶା ଶର୍ମା ମାତ୍ର ୨୦ ବର୍ଷ ବୟସରେ ଆତ୍ମହତ୍ୟା କରିଛନ୍ତି। ଆଜି ତାଙ୍କର ଅନ୍ତିମ ସଂସ୍କାର କରାଯିବ। ତୁନିଶା ଅଲି ବାବା: ଦସ୍ତାନ-ଇ-କାବୁଲ’ର ସେଟରେ ୨୪ ଡିସେମ୍ବରରେ ଆତ୍ମହତ୍ୟା କରି୍‌ଥିଲେ। ତେବେ ତାଙ୍କ ପୂର୍ବତନ ବୟଫ୍ରେଣ୍ଡଙ୍କ ସହ ବ୍ରେକ୍‌ଅପ କାରଣରୁ ସେ ସୁଇସାଇଡ୍‌ କରିଥିବା କୁହାଯାଉଛି। ତେବେ ତୁନିଶାଙ୍କ ଅନ୍ତିମ ସଂସ୍କାର ୨୫ ଡିସେମ୍ବରରେ କରାଯାଇଥାନ୍ତା ହେଲେ ଅଭିନେତ୍ରୀଙ୍କ ମାଉସୀ ମୁମ୍ବାଇରେ ପହଞ୍ଚି ନ ଥିଲେ। ଆଜି ତାଙ୍କ ମାଉସୀ ମୁମ୍ବାଇରେ ପହଞ୍ଚିବା ପରେ ଅପରାହ୍ନ ୩ଟାରେ ମୀରା ରୋଡରେ ଅନ୍ତିମ ସଂସ୍କାର କରାଯିବ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

Share