ଟ୍ୟୁନିସିଆର ପ୍ରଥମ ମହିଳା ମୁଖିଆ

ଟୁନିସ୍‌: ଟ୍ୟୁନିସିଆରେ ପ୍ରଥମ କରି ଜଣେ ମହିଳା ପ୍ରଧାନମନ୍ତ୍ରୀ ହୋଇଛନ୍ତି। ରାଷ୍ଟ୍ରପତି କାଏସ୍‌ ସଇଦ୍‌ ଆଶ୍ଚର୍ଯ୍ୟଜନକ ଭାବେ ୬୩ ବର୍ଷୀୟା ରାଓଧା ବୁଡେଣ୍ଟ ରାମାଧାନେଙ୍କ ନାଁ ଏହି ପଦ ପାଇଁ ଘୋଷଣା କରିଛନ୍ତି। ରାଓଧା ଏକ ସୁନାମଧନ୍ୟ ଇଞ୍ଜିନିୟରିଂ କଲେଜରେ ପ୍ରଫେସର ଥିଲେ। ଖୁବଶୀଘ୍ର ରାଓଧା ନୂଆ କ୍ୟାବିନେଟ୍‌ ଗଠନ କରିବାକୁ ନିର୍ଦ୍ଦେଶ ଦିଆଯାଇଥିବା ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ପକ୍ଷରୁ ଜାରି ବିବୃତିରେ କୁହାଯାଇଛି। ଜୁଲାଇ ୨୫ରେ ସଇଦ୍‌ ପାର୍ଲାମେଣ୍ଟ ଭାଙ୍ଗି ପ୍ରଶାସନିକ ଅଧିକାରୀଙ୍କ କ୍ଷମତା ଛଡ଼ାଇନେବା ପରଠାରୁ ଟୁନିସିଆ ପ୍ରଧାନମନ୍ତ୍ରୀ ପଦ ଖାଲି ପଡ଼ିଥିଲା। ଦେଶକୁ ସାମାଜିକ ଓ ଅର୍ଥନୈତିକ ସଙ୍କଟରୁ ବଞ୍ଚାଇବା ପାଇଁ ଏହି ନିଷ୍ପତ୍ତି ଜରୁରୀ ଥିଲା ବୋଲି ସଇଦ୍‌ କହିଛନ୍ତି।

Share