ଟନେଲ ଭୁଶୁଡ଼ିବା ଘଟଣା: ଫସିଛନ୍ତି ୫ ଓଡ଼ିଆ

ଭୁବନେଶ୍ୱର,୧୩ା୧୧: ଉତ୍ତରାଖଣ୍ଡର ଉତ୍ତରକାଶୀରେ ନିର୍ମାଣାଧୀନ ଟନେଲଟି ରବିବାର ଭୁଶୁଡ଼ି ପଡ଼ିଥିଲା। ଏଥିରେ ୫ ଜଣ ଓଡ଼ିଆ ଶ୍ରମିକ ଫସି ରହିଥିବା ଜଣାପଡ଼ିଛି। ଏହି ଶ୍ରମିକମାନଙ୍କ ପରିଚୟ ମିଳିଛି। ସେମାନେ ହେଲେ ନବରଙ୍ଗପୁରର ଭଗବାନ ଭତ୍ରା, ମୟୂରଭଞ୍ଜର ବିଶ୍ୱେଶ୍ୱର ନାୟକ ଏବଂ କୁଲଡିହାର ରାଜୁ ନାୟକ, ବଡ଼କୁଦାର ଧୀରେନ ଏବଂ ଶଙ୍କର୍ଷଣପୁରର ତପନ ମଣ୍ଡଳ। ତେବେ ଟନେଲ ଭିତରେ ସମସ୍ତେ ସୁରକ୍ଷିତ ଥିବା ସୂଚନା ମିଳିଛି। ଏନ୍‌ଡିଆରଏଫ୍‌, ଏସ୍‌ଡିଆର୍‌ଏଫ୍‌ ଏବଂ ପୋଲିସ ସୁରକ୍ଷା ବଳ ଦାୟିତ୍ୱରେ ନିୟୋଜିତ ଅଛନ୍ତି। ଶ୍ରମିକଙ୍କ ପାଖକୁ ପାଇପ୍‌ ଯୋଗେ ଖାଦ୍ୟ ଏବଂ ଅମ୍ଳଜାନ ପଠାଯାଉଛି।

ସୂଚନାଯୋଗ୍ୟ, ରବିବାର ଭୋର୍‌ ପ୍ରାୟ ୫ଟାରେ ଉତ୍ତରାଖଣ୍ଡ ଉତ୍ତରକାଶୀ ଜିଲାର ବ୍ରହ୍ମଖାଲ-ଯମୁନେତ୍ରୀ ଜାତୀୟ ରାଜପଥରେ ନିର୍ମାଣାଧୀନ ଏକ ଟନେଲ ଆଂଶିକ ଭୁଶୁଡ଼ି ପଡ଼ିଥିଲା। ଏଥିରେ କାମ କରୁଥିବା ୪୦ ଜଣ ଫସି ରହିଥିଲେ। ଏମାନଙ୍କ ମଧ୍ୟରେ ଏହି ୫ ଜଣ ଓଡ଼ିଶାର ଅଛନ୍ତି।

Share