Categories: ଜାତୀୟ

ଜମ୍ମୁ-ଶ୍ରୀନଗର ହାଇୱେରେ ଧସିଲା ନିର୍ମାଣାଧିନ ଟନେଲ, ୭ ଜଣ ଦବି ହୋଇଥିବା ଆଶଙ୍କା

ଶ୍ରୀନଗର,୨୦ ।୫: ରାମବନ ଜିଲାରେ ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ନର୍ମାଣଧିନ ୪ ଲେନ ଟନେଲର ଗୋଟିଏ ଭାଗ ଗୁରୁବାର ରାତିରେ ଭୁଷୁଡି ପଡିବାରୁ ୯ ଜଣ ଏହା ତଳେ ଚାପି ହୋଇଯାଇଥିଲେ । ଏମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଉଦ୍ଧାର କରାଯାଇଛି । ବାକି ୭ ଜଣ ଚାପି ହୋଇ ରହିଥିବ ବେଳେ ସେମାନଙ୍କୁ ଉଦ୍ଧାର କରିବା ପାଇଁ ରେକ୍ୟୁ ଅପରେଶନ ଜାରି ରହିଛି ।
ଅଧିକାରୀଙ୍କ ସୂଚନା ଅନୁଯାୟୀ, ଖୁନି ନାଳର ଟନେଲ ଆଗରେ ଏକ ଛୋଟ ଭାଗ ଯାଞ୍ଚ ସମୟରେ ଭୁଷୁଠି ପଡିଛି । ଏହାପରେ ପୋଲିସ ଓ ସେନା ପକ୍ଷରୁ ମିଳିତ ରେସକ୍ୟୁ ଅପରେଶନ ଆରମ୍ଭ କରାଯାଇଥିଲା । ତେବେ ୨ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ବାକି ୭ ଜଣ ଚାପି ହୋଇରହିଥିବା ଅନୁମାନ କରାଯାଉଛି ।

Share