Categories: ଜାତୀୟ

ସାମ୍ବା ସେକ୍ଟର ନିକଟରେ ଠାବ ହେଲା ସୁଡଙ୍ଗ

ନୂଆଦିଲ୍ଲୀ,୨୨।୧୧-ଜମ୍ମୁ-କଶ୍ମୀର ସ୍ଥିତ ସାମ୍ବା ସେକ୍ଟର ନିକଟ ଅନ୍ତର୍ଜାତୀୟ ସମୀରେ ରବିବାର ଯବାନମାନେ ଏକ ସୁଡଙ୍ଗ ଠାବ କରିଛନ୍ତି। ଗତ ଗୁରୁବାର ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ଗୋଷ୍ଠୀର ୪ ଜଣ ସଦସ୍ୟ ଏହି ସୁଡଙ୍ଗ ଦେଇ ଭାରତରେ ପ୍ରବେଶ କରିଥିବା ସନ୍ଦେହ କରାଯାଉଛି। ଏକ ଚାଉଳ ବୋଝେଇ ଟ୍ରକରେ ବସି ଉକ୍ତ ୪ ଆତଙ୍କୀ କଶ୍ମୀର ଅଭିମୁଖେ ଯାଉଥିବାବେଳେ ରାଜପଥରେ ଥିବା ଟୋଲପ୍ଲାଜାରେ ଟ୍ରକକୁ ସୁରକ୍ଷାକର୍ମୀ ଅଟକାଇଥିଲେ। ସେହି ସମୟରେ ଅଚାନକ ଆତଙ୍କୀମାନେ ଗୁଳି ଚାଳନା କରିଥିଲେ। ପରେ ସୁରକ୍ଷାକର୍ମୀ ଓ ଆତଙ୍କୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୪ ଆତଙ୍କୀ ନିହତ ହୋଇଥିଲେ। ପରେ ଟ୍ରକରୁ ୧୧ଟି ଏ.କେ-୪୭ ବନ୍ଧୁକ, ୩ଟି ପିସ୍ତଲ, ୨୯ଟି ଗ୍ରେନେଡ ସମେତ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଥିଲା।
ପୋଲିସ କହିଛି, ନଭେମ୍ବର ୨୮ ରୁ ଆଠଟି ପର୍ଯ୍ୟାୟରେ ହେବାକୁ ଥିବା ଜିଲା ବିକାଶ ପରିଷଦ ମତଦାନକୁ ଭଣ୍ଡୁର କରିବା ପାଇଁ ଆତଙ୍କବାଦୀମାନେ ଏକ ବଡ ଯୋଜନା କାର୍ଯ୍ୟକାରୀ କରିବାକୁ ଆସିଥିଲେ।

Share