Categories: ଜାତୀୟ

ନିର୍ମାଣାଧୀନ ସୁଡ଼ଙ୍ଗ ଭୁଶୁଡ଼ିଲା

ଜମ୍ମୁ,୨୧।୫: ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥରେ ଏକ ନିର୍ମାଣାଧୀନ ସୁଡ଼ଙ୍ଗର କିଛି ଅଂଶ ଭୁଶୁଡ଼ି ପଡ଼ିବାରୁ ଜଣେ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାବେଳେ ୩ ଜଣଙ୍କୁ ଉଦ୍ଧାର କରାଯାଇଛି। ଅନ୍ୟ ୯ ଜଣଙ୍କ ପତ୍ତା ମିଳୁନାହିଁ। ସେମାନେ ଭଗ୍ନାବଶେଷ ତଳେ ପୋତି ହୋଇପଡ଼ିଥିବାବେଳ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଗୁରୁବାର ରାତି ୧୦ଟା ୧୫ରେ ସୁଡ଼ଙ୍ଗ ଭୁଶୁଡ଼ିଥିଲା। ଦୀର୍ଘ ସମୟ ପର୍ଯ୍ୟନ୍ତ ଭଗ୍ନାବଶେଷ ତଳେ ରହିଯାଇଥିବା ଶ୍ରମିକଙ୍କ ବଞ୍ଚତ୍ବା ଆଶା କ୍ଷୀଣ ବୋଲି ଜଣେ ଅଧିକାରୀ କହିଛନ୍ତି। ଖୁନି ନାଲା ନିକଟ ଜାତୀୟ ରାଜପଥର ଟି୩ ଅଡିଟ୍‌ ଟନେଲ ଭୁଶୁଡ଼ି ପଡ଼ିଥିଲା। ଫଳରେ ସେଠାରେ କାର୍ଯ୍ୟରତ ଥିବା ସାରଳା କମ୍ପାନୀର ୧୧-୧୨ ଜଣ ଶ୍ରମିକ ଭଗ୍ନାବଶେଷ ତଳେ ପୋତିହୋଇ ପଡ଼ିଥିଲେ।

Share