Categories: ଜାତୀୟ

ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କ ବାସଭବନ ନିକଟରୁ ପାର୍ଲାମେଣ୍ଟ ପର୍ଯ୍ୟନ୍ତ ନିର୍ମାଣ ହେବ ସୁଡ଼ଙ୍ଗ

ନୂଆଦିଲ୍ଲୀ,୪ ।୩: ଦେଶର ନୂଆ ପାର୍ଲାମେଣ୍ଟ ଭାବନ ବା ସଂସଦ ଭବନକୁ ପ୍ରଧାନମନ୍ତ୍ରୀ ଓ ଉପରାଷ୍ଟ୍ରପତିଙ୍କ ଭଳି ଭିଭିଆଇପିଙ୍କ ଯିବା ଆସିବା ଏବେ ସହଜ ହେବ । ଏମାନଙ୍କୁ ଆଉ ରାସ୍ତାରେ ବେଶି ଅଟକିବାକୁ ପଡିବ ନାହିଁ । ନ୍ରୂଆ ପାର୍ଲାମେଣ୍ଟକୁ ଯୋଡିବାକୁ ତିନିଟି ଟନେଲ ନିର୍ମାଣ କରାଯିବ ଯାହା ପ୍ରଧାନମନ୍ତ୍ରୀଙ୍କ ବାସଭବନ, ଉପରାଷ୍ଟ୍ରପତିଙ୍କ ବାସଭବନଓ ପାର୍ଲାମେଣ୍ଟର ଏମ୍‌ପିଙ୍କ ଚାମ୍ବର୍ସ ସହ ଯୋଡିବ । ଏହା ପଛର ଉଦ୍ଦେଶ୍ୟ ହେଲା ଯଦି ଭିଆଇପି ମୁଭମେଣ୍ଟ ପାର୍ଲାମେଣ୍ଟରୁ ବାହାରିବେ ତେବେ ଆମଶ୍ୟକ ସ୍ଥଳେ ଖୁବ୍ କମ୍ ସମୟ ଅଟକି ଭିଭିଆଇପିଙ୍କ ମୋଟରକେଡ ନୂଆ ସଂସଦ ଭବନ କମ୍ଲେକ୍ସ ଭିତରକୁ ଓ ବାହାରକୁ ଯାଇପାରିବ । ସେଣ୍ଟ୍ରାଲ ଭିସ୍ତା ରିଡେଭଲପମେଣ୍ଟ ପ୍ଲାନ ଅନୁଯାୟୀ ନୂଆ ପ୍ରଧାନମନ୍ତ୍ରୀ ଆବାସ ଓ ପିଏମ୍‌ଓ ସାଉଥ୍ ବ୍ଲକ୍ ଓ ଉପରାଷ୍ଟ୍ରପତିଙ୍କ ଆବାସ ନର୍ଥ ବ୍ଲକ ଆଡେ ଯିବ । ସଂସଦର ଚାମ୍ବର ସେହିଠାରେ ଆସିବ ଯେଉଁଠି ଏବେ ଟ୍ରାନ୍ସପୋର୍ଟ ଓ ଶ୍ରମଶକ୍ତି ଭବନ ରହିଛି । ମିଳିଥିବା ସୂଚନା ଅନୁଯାୟୀ, ପ୍ରସ୍ତାବିତ ଟନେଲ ସିଙ୍ଗଲ ଲେନ୍‌ର ରହିବ । କାରଣ ଏହାର ବ୍ୟବହାର ହାତଗଣତି କେତେଜଣ ବ୍ୟକ୍ତିଙ୍କ ଦ୍ୱାରା କରାଯିବ । ତେବେ ରାଷ୍ଟ୍ରପତି ଭବନ ଏହାଠାରୁ କମ୍ ଦୂରତାରେ ଥିବାରୁ ଏହି ଟନେଲ ରାଷ୍ଟ୍ରପତି ଭବନ ପର୍ଯ୍ୟନ୍ତ ନିର୍ମାଣ କରାଯିବ ନାହିଁ । ଏହାସହ ସଂସଦ ଭବନକୁ ରାଷ୍ଟ୍ରପତିଙ୍କ ଯାଆସ କମ୍ ଥିବା ବେଳେ ଏହା ପୂର୍ବ ନିର୍ଦ୍ଧାରିତ ହୋଇଥିବାରୁ ଟନେଲର ଆବଶ୍ୟକତା ପଡିବ ନାହିଁ ।

Share