ଭୟଙ୍କର ହେଉଛି ଅଶାନ୍ତ ସମୁଦ୍ର

ଭୋଗରାଇ,୨୫।୫(ଡି.ଏନ୍‌.ଏ): ଉପକୂଳକୁ ମାଡି ଆସୁଥିବା ବାତ୍ୟା ୟାସ୍‌ ଯୋଗୁ ସମୁଦ୍ର ଅଶାନ୍ତ ହୋଇପଡ଼ିଛି। ବାଲେଶ୍ୱର ଉପକୂଳ ଭୋଗରାଇର ଉଦୟପୁର, ତାଳସାରୀରେ ସମୁଦ୍ର ଉତ୍ତାଳ ଢେଉ ୪ ମି. ଉଚ୍ଚରେ ଜୁଆର ମାଡି ଆସି ସୁରକ୍ଷା ପଥର ବନ୍ଧରେ ମାଡ କରୁଥିବାରୁ କୂଳବାସୀ ଭୟଭୀତ ହୋଇଛନ୍ତି l ପୂର୍ଣ୍ଣିମା ତିଥିରେ ବାତ୍ୟା ସାଥୀ ହେବାରୁ ସମୁଦ୍ର ଭୟଙ୍କର ହେଉଛି।

Share