ତୁର୍କୀରେ ଭୂକମ୍ପ ପରେ ଚୋରୀ ଅଭିଯୋଗରେ ୪୮ ଗିରଫ

ଅଙ୍କାରା,୧୨ ।୨: ତୁର୍କୀରେ ଆସିଥିବା ଶକ୍ତିଶାଳୀ ଭୂକମ୍ପ ପରେ ଶନିବାର ଅଧିକାରୀମାନେ ଚୋରୀ ଅଭିଯୋଗରେ ୪୮ ଜଣଙ୍କୁ ଗିରଫ କରିଛନ୍ତି । ସମାଚାର ଏଜେନ୍ସି ଅନାଦୁଲା କହିଛି, ସୋମବାର ଆସିଥିବା ୭.୮ ତୀବ୍ରତାର ଭୂକମ୍ପପରେ ଚୋରୀର ଯାଞ୍ଚ କରି ୮ଟି ଭିନ୍ନ ଭିନ୍ନ ସ୍ଥାନରେ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି । ବିନାଶକାରୀ ଭୂକମ୍ପ ଯୋଗୁ ତୁର୍କୀ ଓ ସିରିଆରେ ୨୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି ।
ଅଫିସିଆଲ ଗେଜେଟରେ ପ୍ରକାଶିତ ଏକ ଆଦେଶ ଅନୁଯାୟୀ, ଜରୁରୀକାଳିନ ପରିସ୍ଥିତିରେ ଏକ୍ସଟେଣ୍ଡ କରାଯାଇଥିବା କ୍ଷମତା ଅଧିନରେ ପୂର୍ବରୁ ଧାର୍ଯ୍ୟ ହୋଇଥିବା ୪ ଦିନ ପରେ ଚୋରୀ ଅପରାଧରେ ଓକିଲମାନେ ବର୍ତ୍ତମାନ ଅତିରିକ୍ତ ୩ ଦିନ ପାଇଁ ଲୋକଙ୍କୁ ଅଟକ ରଖିପାରିବେ ।
ଭୂକମ୍ପ ପରେ ତୁର୍କୀ ଡକାୟତମାନଙ୍କ ଉପରେ କଟକଣା ଲଗାଇବ ବୋଲି ପୂର୍ବରୁ ରାଷ୍ଟ୍ରପତି ରେସେପ ତାଇପ ଏର୍ଦୋଗନ୍ ପ୍ରତିଶ୍ରୁତି ଦେଇଥିଲେ । ଭୂକମ୍ପ ପ୍ରଭାବିତ ଡିଆରବାକିର ପ୍ରଦେଶ ଗସ୍ତ ସମୟରେ ସେ କହିଛନ୍ତି ଯେ ଆମେ ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛୁ । ଏର୍ଦୋଗନ୍ କହିଛନ୍ତି, ଏହାର ଅର୍ଥ ହେଉଛି ଯେ, ବର୍ତ୍ତମାନଠାରୁ ଡକାୟତି କିମ୍ବା ଅପହରଣରେ ଜଡିତ ଥିବା ଲୋକମାନେ ଜାଣିବା ଉଚିତ ଯେ ଦେଶର ଆଇନର ଶକ୍ତିଶାଳୀ ହାତ ସେମାନଙ୍କୁ ପଛରୁ ଦେଖୁଛି । ଏହି ଭୂକମ୍ପରେ ଦକ୍ଷିଣ-ପୂର୍ବ ତୁର୍କୀର ୧୦ଟି ପ୍ରଦେଶରେ ଏର୍ଦୋଗନ୍ ମଙ୍ଗଳବାର ୩ ମାସର ଜରୁରୀକାଳିନ ପରିସ୍ଥିତି ଘୋଷଣା କରିଛନ୍ତି ।

Share