ତୁର୍କୀ ରାଷ୍ଟ୍ରପତିଙ୍କ ପାଇଁ ବଡ ଚ୍ୟାଲେଞ୍ଜ, ଶେଷ ହୋଇପାରେ ଦୁଇ ଦଶକର ଶାସନ

ଅଙ୍କାରା,୧୪।୫: ତୁର୍କୀର ରାଷ୍ଟ୍ରପତି ରେସେପ ତୈୟପ ଏର୍ଦୋଗନଙ୍କ ପାଇଁ ରବିବାର ହେବାକୁ ଯାଉଥିବା ରାଷ୍ଟ୍ରପତି ଓ ସଂସଦୀୟ ନିର୍ବାଚନ ଖୁବ୍‌ ଚ୍ୟାଲେଞ୍ଜିଂ ହେବ ବୋଲି କୁହାଯାଉଛି। ଏହି ଚ୍ୟାଲେଞ୍ଜ ତାଙ୍କ ଦୁଇ ଦଶକର ଶାସନକୁ ଶେଷ ବି ଶେଷ କରିଦେଇପାରେ।
ତୁର୍କୀରେ କରାଯାଇଥିବା ସର୍ଭେ ଅନୁଯାୟୀ, ଏର୍ଦୋଗନ ବିରୋଧୀ ଦଳର ମୁଖ୍ୟ ପ୍ରାର୍ଥୀ କେମଲ କିଲିକଦାରେଗ୍ଲୁଙ୍କଠାରୁ ପଛରେ ଚାଲିଛନ୍ତି। ଏହି ର୍ନିବାଚନରେ ଯଦି କୌଣସି ପ୍ରାର୍ଥୀ ୫୦ପ୍ରତିଶତରୁ କମ ଭୋଟ ପାଆନ୍ତି, ତେବେ ମେ ୨୮ ରେ ରନ ଅଫ ହେବ।

ଚଳିତବର୍ଷ ଫେବୃୟାରୀ ୬ରେ ତୁର୍କୀରେ ହୋଇଥିବା ଭୂକମ୍ପରେ ୫୦,୦୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିଲା। ଏହି ସଙ୍କଟ ପରେ ତିନି ମାସ ପରେ ତୁର୍କୀରେ ର୍ନିବାଚନ ହେବାକୁ ଯାଉଛି। ଏଭଳି ପରିସ୍ଥିତିରେ, ଏର୍ଦୋଗନଙ୍କ ପାଇଁ ନିର୍ବାଚନ ଯେମିତି ଏକ ଚ୍ୟାଲେଞ୍ଜ ହୋଇଯାଇଛି । ରାଷ୍ଟ୍ରପତି ର୍ନିବାଚନର ଗୋଟିଏ ଦିନ ପୂର୍ବରୁ ଶନିବାର ଦିନ ଏର୍ଦୋଗନ ତାଙ୍କର ଶେଷ ର୍ନିବାଚନ ରାଲି କରିଥିଲେ।

Share