ତୁର୍କି-ଇରାନ ସୀମାରେ ଆଫଗାନ ଶରଣାର୍ଥୀଙ୍କୁ ଅଟକାଇବା ପାଇଁ ନିର୍ମାଣ ହୋଇଛି ସୁଉଚ୍ଚ ପ୍ରାଚୀର

ତୁର୍କି,୧୭ ।୮: ଆଫାଗାନୀସ୍ତାନ ଉପରେ ତାଲିବାନ କବଜା କରିବା ପରେ ଲକ୍ଷ ଲକ୍ଷ ଲୋକ ଦେଶ ଛାଡି ପଳାୟନ କରୁଥିବା ଦେଖାଯାଇଛି । ହେଲେ ତୁର୍କି ଆଫଗାନ ଶରଣାର୍ଥୀଙ୍କ ପ୍ରବେଶକୁ ନେଇ ଚିନ୍ତାରେ ପଡିଯାଇଛି । ସେଥିପାଇଁ ତୁର୍କି ଇରାନକୁ ଲାଗିରହିଥିବା ସୀମାରେ ସୁଉଚ୍ଚ ପ୍ରାଚୀର ନିର୍ମାଣ କରିଛି । ତୁର୍କୀ ଏହି ସୀମାରେ ୨୯୫ କିଲୋମିଟର ପର୍ଯ୍ୟନ୍ତ ପ୍ରାଚୀର ନିର୍ମାଣ କରିବାର ଯୋଜନା ରଖିଛି । ଏବେ ଆଉ ମାତ୍ର ୫ କିଲୋମିଟର ନିର୍ମାଣ କାର୍ଯ୍ୟ ବାକି ରହିଛି । ସୂଚନାଯୋଗ୍ୟ, ଏହାର ବହୁ ପୂର୍ବରୁ ତୁର୍କିରେ ହଜାର ହଜାର ସିରିଆ ଶରଣାର୍ଥୀ ରହିଛନ୍ତି ।

Share