୧୦ ଦେଶର ରାଷ୍ଟ୍ରଦୂତଙ୍କୁ ଦେଶରୁ ବାହାର କରିବାକୁ ନିର୍ଦ୍ଦେଶ ଜାରି କଲା ତୁର୍କୀ…

ଆଙ୍କ୍ରା,୨୪।୧୦: ମାନବାଧିକାର କର୍ମୀ ଓସମାନ କଓ୍ବାଲାଙ୍କୁ ମୁକ୍ତ କରିବାକୁ ଦାବି କରୁଥିବା ୧୦ଟି ଦେଶର ରାଷ୍ଟ୍ରଦୂତଙ୍କୁ ବହିଷ୍କାର କରିବାକୁ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗନ ନିର୍ଦ୍ଦେଶ ଦେଇଛନ୍ତି।
ଏହି ୧୦ ଦେଶ ମଧ୍ୟରେ କାନାଡା, ଡେନମାର୍କ, ଫିନଲ୍ୟାଣ୍ଡ, ଫ୍ରାନ୍ସ, ଜର୍ମାନୀ, ନେଦରଲାଣ୍ଡ, ନ୍ୟୁଜିଲାଣ୍ଡ, ନରୱେ, ସ୍ବିଡେନ ଏବଂ ଆମେରିକା ରହିଛନ୍ତି। ଚାରି ବର୍ଷ ଧରି ଜେଲରେ ଥିବା ଓସମାନଙ୍କୁ ମୁକ୍ତ କରିବା ପାଇଁ ୧୦ଟି ଦେଶର ମିଳିତ ଆବେଦନ ପରେ ଏହି ବହିଷ୍କାର ନିର୍ଦ୍ଦେଶ ଜାରି ହୋଇଛି।

ତୁର୍କୀ ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶରେ ବୈଦେଶିକ ମନ୍ତ୍ରଣାଳୟକୁ ରାଷ୍ଟ୍ରଦୂତଙ୍କୁ ଡକାଯାଇଥିଲା ଏବଂ ପରେ ସେମାନେ କୂଟନୈତିକ ସମ୍ପର୍କର ଭିଏନା କନଭେନସନ ଉଲ୍ଲଂଘନ କରିଥିବା ଅଭିଯୋଗ ଅଣାଯାଇ ଦେଶରୁ ବହିଷ୍କାର କରାଯାଇଛି। ଆମେରିକା ସମେତ ଏସବୁ ଦେଶଗୁଡିକ ସାମାଜିକ କାର୍ଯ୍ୟକର୍ତ୍ତା ଉସମାନଙ୍କ ମୁକ୍ତିକୁ ସମର୍ଥନ କରିଛନ୍ତି। ଏହା ପରେ ତୁର୍କୀର ରାଷ୍ଟ୍ରପତି ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। କଭାଲା ଚାରି ବର୍ଷରୁ ଅଧିକ ସମୟ ଜେଲରେ ଅଛନ୍ତି। ଉସମାନଙ୍କ ବିରୋଧରେ କ୍ଷମତା ଦଖଲ ଅଭିଯୋଗ ରହିଛି।

୨୦୧୩ରେ ଦେଶବ୍ୟାପୀ ହୋଇଥିବା ବିରୋଧ ପ୍ରଦର୍ଶନ ସହିତ ଉସମାନ ଜଡିତ ଥିବା ଦର୍ଶାଇ ତାଙ୍କୁ ଜେଲରେ ରଖାଯାଇଛି। ପରେ ତାଙ୍କୁ ମୁକ୍ତ କରାଯାଇଥିଲା, କିନ୍ତୁ ଏହା ପୁଣି ଗିରଫ କରାଯାଇ ଜେଲକୁ ପଠାଇ ଦିଆଯାଇଥିଲା। ଏର୍ଦୋଗନ ସରକାରକୁ ହଟାଇବାକୁ ଉଦ୍ୟମ ଅଭିଯୋଗରେ ଉସମାନଙ୍କୁ ୨୦୧୬ରେ ପୁନର୍ବାର ଗିରଫ କରାଯାଇଥିଲା।

ଉସମାନ କହିଛନ୍ତି ଯେ ସେ କିଛି ଭୁଲ କରିନାହାଁନ୍ତି। ତୁର୍କୀ ସରକାରରେ ସମାଲୋଚକମାନଙ୍କର ନିଜସ୍ବ ମତାମତ ଦେବାର ଅଧିକାର ରହିଛି। ସେ କହିଛନ୍ତି ଯେ ତୁର୍କୀରେ ବିରୋଧ ସ୍ବରକୁ ଦମନ କରିବା ଲାଗି ତାଙ୍କୁ ଗିରଫ କରାଯାଇଛି।

Share