ତୁର୍କୀ-କୁର୍ଦ୍ଦିସ୍ତାନ ବିବାଦ, ୪୫ ବର୍ଷ ଧରି ହୋଇନି ସମାଧାନ…

ଆଙ୍କରା,୨।୧୦ : ଏହାପୂର୍ବରୁ ସିରିଆ, ଇରାକ, ଇରାନ, ତୁର୍କୀ ଏବଂ ଆର୍ମେନିଆ ଭଳି ଦେଶ ଉସ୍ମାନିଆ ସାମ୍ରାଜ୍ୟର ଅଂଶ ଥିଲେ। ପ୍ରଥମ ବିଶ୍ୱଯୁଦ୍ଧରେ ଉସ୍ମାନିଆ ସାମ୍ରାଜ୍ୟ ପତନ ଘଟିବା ଦ୍ୱାରା ଏହି ଦେଶଗୁଡିକ ଅଲଗା ହୋଇଥିଲେ। ଏହି ଦେଶଗୁଡିକରେ କୁର୍ଦ୍ଦ ଲୋକମାନଙ୍କର ଏକ ବୃହତ ଜନସଂଖ୍ୟା ଅଛି ଏବଂ ଏହି ଜନସଂଖ୍ୟା ସମୁଦାୟ ୩୫ ନିୟୁତ ବୋଲି କୁହାଯାଉଛି। ତୁର୍କୀ ଏବଂ କୁର୍ଦ୍ଦଙ୍କ ମଧ୍ୟେjରqବିବାଦ ୧୯୭୮ରୁ ଜାରି ରହିଛି। ଗତ ୪୫ ବର୍ଷ ଧରି ଏହାର ସମାଧାନ ହୋଇ ପାରିନି।

ଏହି କୁର୍ଦ୍ଦୀୟ ଲୋକମାନେ ନିଜ ପାଇଁ ଏକ ଅଲଗା ଦେଶ କୁର୍ଦ୍ଦିସ୍ତାନ ଦାବି କରୁଛନ୍ତି। ୧୯୯୨ରେ କୁର୍ଦ୍ଦିସ୍ତାନ ଗଠନ ହୋଇଥିଲା। କୁର୍ଦ୍ଦ ଲୋକମାନେ ତୁର୍କୀ ସୀମା ଅଞ୍ଚଳ ଦାବି କରନ୍ତି ଏବଂ ଏହି ପ୍ରସଙ୍ଗରେ ତୁର୍କୀ ଓ କୁର୍ଦ୍ଦ ବିଦ୍ରୋହୀଙ୍କ ମଧ୍ୟରେ ସଂର୍ଘର୍ଷ ଜାରି ରହିଛି।

କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟି ତୁର୍କୀରେ କୁର୍ଦ୍ଦ ଯୁଦ୍ଧର ସବୁଠାରୁ ବଡ ସଂଗଠନ ଏବଂ ଗରିଲା ଯୁଦ୍ଧ ମାଧ୍ୟମରେ ତୁର୍କୀ ସହିତ ଲଢୁଛି। ଇରାକର ଉତ୍ତର-ପଶ୍ଚିମ ଦିଗରେ କୁର୍ଦ୍ଦମାନଙ୍କର ଏକ ସ୍ବୟଂଶାସିତ ରାଜ୍ୟ ଅଛି ଏବଂ ତୁର୍କୀର ଦକ୍ଷିଣ-ପୂର୍ବରେ ସେମାନେ ସ୍ବାଧୀନତା ଦାବି କରୁଛନ୍ତି। ସିରିଆର ଉତ୍ତର-ପଶ୍ଚିମ ଅଞ୍ଚଳରେ ମଧ୍ୟ ଏହାର ପ୍ରଭାବ ରହିଛି।

Share