ପାକିସ୍ତାନ ରିଲିଫ୍‌ ସାମଗ୍ରୀ ଫେରାଇ ଦେଲା ତୁର୍କୀ

ଇସଲାମାବାଦ୍‌,୧୯।୨: ବିଦେଶୀ ଋଣ ଏବଂ ଅର୍ଥ ଅଭାବ ଦେଇ ଗତି କରୁଥିବା ପାକିସ୍ତାନ ଅନ୍ୟ ଦେଶକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି। ଭୂମିକମ୍ପ ପ୍ରଭାବିତ ତୁର୍କୀକୁ ରିଲିଫ ସାମଗ୍ରୀ ପଠାଇ ଏବେ ପୁଣି ଅନ୍ତର୍ଜାତୀୟ ସ୍ତରରେ ଲଜ୍ଜିତ ହୋଇଛି ପାକିସ୍ତାନ।
ନିକଟରେ ପାକିସ୍ତାନ ତୁର୍କୀକୁ ରିଲିଫ ସାମଗ୍ରୀ ପଠାଇଛି। ଏଥିରେ ୨୧ଟି କଣ୍ଟେନର ପଠାଯାଇଛି। ଏଥିରେ ଶୀତକାଳୀନ ତମ୍ବୁ, କମ୍ବଳ ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ସାମିଲ ଅଛି। ଏହି ରିଲିଫ୍‌ ଖୋଲାଯିବା ପରେ ଜଣାପଡିଥିଲା, ଗତବର୍ଷ ପାକିସ୍ତାନରେ ବନ୍ୟା ପରିସ୍ଥିତି ସୃଷ୍ଟି ବେଳେ ତୁର୍କୀ ପାକିସ୍ତାନକୁ ଏହି ରିଲିଫ ସାମଗ୍ରୀ ପଠାଇଥିଲା, ଯାହା ପୁନଃ ପ୍ୟାକେଜ ହୋଇ ପାକିସ୍ତାନ ତୁର୍କୀକୁ ପଠାଯାଇଥିଲା।
ଅନ୍ୟପକ୍ଷରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଶେହଓ୍ବାଜ୍‌ ଶରିଫ୍‌ ଦୁଇ ଦିନ ପୂର୍ବେ ତୁର୍କୀ ରାଜଧାନୀ ଆଙ୍କରାରେ ପହଞ୍ଚିଥିଲେ। ବନ୍ୟା ପରିସ୍ଥିତିର ସମ୍ମୁଖୀନ ହେଉଥିବା ତୁର୍କୀକୁ ରିଲିଫ୍‌ ପ୍ରତ୍ୟାଖ୍ୟାନ କରିବା ସତ୍ତ୍ୱେ ସେ ତୁର୍କୀର ରାଷ୍ଟ୍ରପତିଙ୍କୁ ଭେଟିଥିଲେ। ତୁର୍କୀରେ ଏକ ଭୟଙ୍କର ଭୂକମ୍ପ ପରେ ଶରିଫ୍‌ ପ୍ରଭାବିତ ଦେଶ ଗସ୍ତ ଘୋଷଣା କରିଥିଲେ, ଏହା ପରେ ତୁର୍କୀ ପକ୍ଷରୁ କୁହାଯାଇଥିଲା ଯେ ଏହାର ପ୍ରଶାସନ ଦେଶକୁ ବନ୍ୟା ପରିସ୍ଥିତିରୁ ମୁକ୍ତ କରିବାରେ ବ୍ୟସ୍ତ ଅଛି। ଏଭଳି ପରିସ୍ଥିତିରେ ସେ ଅନ୍ୟ କୌଣସି ଦେଶର ପ୍ରଧାନମନ୍ତ୍ରୀଙ୍କୁ ଆତିଥ୍ୟ ପ୍ରଦାନ କରିପାରିବେ ନାହିଁ।

Share