ଜେନେଭା,୭।୨: ତୁର୍କୀ, ସିରିଆ, ଇସ୍ରାଏଲ ଏବଂ ଲେବାନନରେ ପ୍ରବଳ ଭୂକମ୍ପ ସୃଷ୍ଟି ହୋଇଛି। ତୁର୍କୀରେ ୧୦ ଘଣ୍ଟା ମଧ୍ୟରେ ତିନିଟି ଭୂକମ୍ପରେ ଧ୍ୱଂସ ଲୀଳା ଦେଖିବାକୁ ମିଳିଛି ସିରିଆରେ ମଧ୍ୟ ସମାନ ଅବସ୍ଥା। ଏପର୍ଯ୍ୟନ୍ତ ତୁର୍କୀ ଏବଂ ସିରିଆରେ ଚାରି ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଥିବାବେଳେ ୨୦ ହଜାରରୁ ଅଧିକ ଲୋକ ଆହତ ହୋଇଥିବା କୁହାଯାଉଛି। ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ (ଡବ୍ଲ୍ୟୁଏଚ୍ଓ) ଏକ ବଡ ଦାବି କରିଛି। ଡବ୍ଲ୍ୟୁଏଚ୍ଓ କହିଛି ଯେ, ଏହି ମୃତ୍ୟୁ ସଂଖ୍ୟା ଆଠ ଗୁଣା ଅଧିକ ବଢିପାରେ। ଆହତଙ୍କ ସଂଖ୍ୟା ମଧ୍ୟ ଦ୍ରୁତ ଗତିରେ ବୃଦ୍ଧି ପାଇବ।
ସୂଚନାଯୋଗ୍ୟ, ସୋମବାର ତୁର୍କୀରେ ୭.୮, ୭.୬ ଏବଂ ୬.୦ ତୀବ୍ରତାର କ୍ରମାଗତ ତିନୋଟି ଭୟଙ୍କର ଭୂକମ୍ପ ଘଟିଛି। ଏଥି ସହିତ ସିରିଆ, ଇସ୍ରାଏଲ ଏବଂ ଲେବାନନରେ ମଧ୍ୟ ପ୍ରବଳ କମ୍ପନ ଅନୁଭୂତ ହୋଇଥିଲା।