ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ପ୍ରକଳ୍ପରେ ତୁର୍କୀ ଯୋଗଦେବ…

ବେଜିଂ/ଇସଲାମାବାଦ,୨୬।୧୧ : ଚାଇନା-ପାକିସ୍ତାନ ଅର୍ଥନୈତିକ କରିଡୋର ପ୍ରକଳ୍ପ (ସିପିଇସି)କୁ ନେଇ ପାକିସ୍ତାନ ବର୍ତ୍ତମାନ ଏକ ନୂଆ ପଦକ୍ଷେପ ନେଇଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶାହାବାଜ ସରିଫ ବର୍ତ୍ତମାନ ତୁର୍କୀକୁ ଏହି ପ୍ରକଳ୍ପରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ସରିଫ ଏହି ପଦକ୍ଷେପ ନେଇଛନ୍ତି ଯେଉଁ ସମୟରେ ଭାରତ ପାକ୍‌ ଅଧିକୃତ କଶ୍ମୀର(ପିଓକେ)ରେ ଏହି ପ୍ରକଳ୍ପର କାର୍ଯ୍ୟକାରିତାକୁ ନିରନ୍ତର ବିରୋଧ କରୁଛି।

ପାକିସ୍ତାନର ପ୍ରଧାନମନ୍ତ୍ରୀ ସରିଫ ଆଙ୍କରା ଗସ୍ତ ସମୟରେ ତୁର୍କୀ ରାଷ୍ଟ୍ରପତି ରିସେପ ତାଇପ ଏର୍ଦୋଗାନଙ୍କ ସହ ମିଳିତ ଗଣମାଧ୍ୟମ ସମ୍ମିଳନୀରେ ଯୋଗଦେଇ ଏହି ପ୍ରସ୍ତାବ ଦେଇଛନ୍ତି। ପାକିସ୍ତାନୀ ଖବରକାଗଜ ଡନ କହିଛି ଯେ ମୁଁ ଚାଇନା ଏବଂ ପାକିସ୍ଥାନ ମଧ୍ୟରେ ତୁର୍କୀ ସହଯୋଗ କରିବା ଉଚିତ। ଏହା ଏକ ଅଦ୍ଭୁତ ଅଂଶୀଦାର ସହଯୋଗ ହେବ। ଏହା ମାଧ୍ୟମରେ ଆମେ ସାମ୍ପ୍ରତିକ ଆହ୍ବାନର ସାମ୍ନା କରିପାରିବୁ ।

ପାକିସ୍ତାନୀ ଖବରକାଗଜ ଡନ ଅନୁଯାୟୀ, ପ୍ରଧାନମନ୍ତ୍ରୀ ସରିଫ କହିଛନ୍ତି ଯେ ଯଦି ତୁର୍କୀ ସିପିଇସିରେ ଯୋଗଦେବାକୁ ଆଗେଇ ଆସେ, ତେବେ ସେ ଚାଇନା ନେତୃତ୍ୱଙ୍କ ସହ ଆଲୋଚନା କରିବେ। ସାର୍ବଭୌମତ୍ୱ ତଥା ଆଞ୍ଚଳିକ ଅଖଣ୍ଡତା ପ୍ରସଙ୍ଗରେ ପାକିସ୍ତାନ ଏବଂ ଚାଇନାକୁ ଭାରତର ବିରୋଧ ସତ୍ତ୍ୱେ ତୁର୍କୀକୁ ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ପକ୍ଷରୁ ପ୍ରସ୍ତାବ ଦିୀଆଯାଇଛି। ଆଫଗାନିସ୍ତାନକୁ ମଧ୍ୟ ସିପିଇସି ବିସ୍ତାର କରିବାକୁ ପାକିସ୍ତାନ ଏବଂ ଚାଇନା ଚିନ୍ତା କରୁଛନ୍ତି।

Share