Categories: ଖେଳ

ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ

ଅଙ୍କାରା,୯ା୨: ତୁର୍କୀ ଓ ଇଜିପ୍ଟରେ ଘଟିଥିବା ଭୟାବହ ଭୂମିକମ୍ପରେ ତୁର୍କୀ ଗୋଲକିପରଙ୍କ ମୃତ୍ୟୁ ଘଟିଛି। ତୁର୍କୀ ପାଇଁ ୫ ଅନ୍ତର୍ଜାତୀୟ ମ୍ୟାଚ ଖେଳିଥିବା ଅହମତ୍‌ ଇୟୁପ୍‌ ତୁର୍କସଲାନ ସୋମବାର ପ୍ରାଣ ହରାଇଛନ୍ତି। ଅହମତଙ୍କ କ୍ଲବ ୟେନି ମାଲାଟୟାସ୍ପୋର ପକ୍ଷରୁ ଏହି ଖବର ଟୁଇଟ୍‌ କରାଯାଇଛି। ନିଜ ଘରେ ଥିବା ସମୟରେ ଭୂମିକମ୍ପ କାରଣରୁ ଘର ଭୁଷୁଡି ପଡିଥିଲା। ଏଥିରେ ଅହମତଙ୍କ ସମେତ ତାଙ୍କ ସ୍ତ୍ରୀ ମଧ୍ୟ ଭଗ୍ନାବଶେଷ ମଧ୍ୟରେ ଫଶି ଯାଇଥିଲେ। ତେବେ ସ୍ତ୍ରୀଙ୍କୁ ଜୀବନ୍ତ ଭାବରେ ଉଦ୍ଧାର କରାଯାଇଥିବା ବେଳେ ୨୮ ବର୍ଷୀୟ ଅହମତଙ୍କ ମୃତ୍ୟୁ ଘଟିଥିଲା। ୨୦୨୧ରୁ ଅହମତ ୟେନି ମାଲାଟୟାସ୍ପୋର ପାଇଁ ଖେଳୁଛନ୍ତି। କ୍ଲବ ପକ୍ଷରୁ ଅହମତଙ୍କୁ ଜଣେ ଚମତ୍କାର ମଣିଷ କୁହାଯିବା ସହିତ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ଅହମତଙ୍କ ସାଥୀ ଖେଳାଳି ତଥା କ୍ରିଷ୍ଟାଲ ପ୍ୟାଲେସ୍‌ ଓ ଏଭରଟନ୍‌ ଖେଳାଳି ୟାନିକ୍‌ ବୋଲସି ମଧ୍ୟ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।

Share