କୋକାକୋଲା-ନେଷ୍ଟଲେ ଉପରେ ପ୍ରତିବନ୍ଧକ ଲଗାଇଲା ତୁର୍କୀ ସଂସଦ…

ଆଙ୍କରା,୮।୧୧ : ଗତ ଏକ ମାସ ଧରି ଇସ୍ରାଏଲ ଏବଂ ହମାସ ମଧ୍ୟରେ ଯୁଦ୍ଧ ଚାଲିଛି। ଏହି ସମୟରେ ତୁର୍କୀ ସଂସଦ ଦେଶର ରେଷ୍ଟୁରାଣ୍ଟରେ ଅନେକ ଉତ୍ପାଦର ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ନିଷ୍ପତ୍ତି ନେଇଛି। ତୁର୍କୀ ସରକାର କହିଛନ୍ତି ଯେଉଁ କମ୍ପାନୀ ମାନେ ଇସ୍ରାଏଲକୁ ସମର୍ଥନ କରୁଛନ୍ତି ସେମାନଙ୍କର ଉତ୍ପାଦର ବ୍ୟବହାରକୁ ବଏକଟ କରାଯିବ।

ତୁର୍କୀ ସଂସଦ କୋକାକୋଲା ଏବଂ ନେଷ୍ଟଲେ ଉତ୍ପାଦ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇଛି। ତୁର୍କୀ ସଂସଦର ବାଚସ୍ପତି ନୋମାନ କୁର୍ତ୍ତୁଲମସ କହିଛନ୍ତି ସଂସଦ ଇସ୍ରାଏଲର ଆକ୍ରୋଶକୁ ସମର୍ଥନ କରୁଥିବା ଉତ୍ପାଦ ବ୍ୟବହାର କରିବ ନାହିଁ। ତୁର୍କୀର ଉତ୍ତର ପ୍ରଦେଶର ଅର୍ଡୁରେ ଏକ କାର୍ଯ୍ୟକ୍ରମରେ ସେ କହିଛନ୍ତି ତୁର୍କୀ ଗ୍ରାଣ୍ଡ ନ୍ୟାଶନାଲ ଆସେମ୍ବଲିରେ ଆମେ ଇସ୍ରାଏଲର ଆକ୍ରମଣକୁ ସମର୍ଥନ କରୁଥିବା କମ୍ପାନୀର କୌଣସି ଉତ୍ପାଦ ବ୍ୟବହାର କରିବୁ ନାହିଁ ବୋଲି ସହମତ ହୋଇଛୁ।

ଟିଆରଟି ନ୍ୟୁଜ ଅନୁଯାୟୀ, ନୋମାନ କହିଛନ୍ତି ବର୍ତ୍ତମାନଠାରୁ ଆମେ ସେହି କମ୍ପାନୀମାନଙ୍କଠାରୁ କିଛି କିଣିବୁ ନାହିଁ। ଆମେ କିଣିଥିବା ଉତ୍ପାଦଗୁଡ଼ିକୁ ମଧ୍ୟ ଫିଙ୍ଗିଦେବୁ। ତେବେ ସଂସଦର ବାଚସ୍ପତି ନୋମାନ ସଂସଦର ରେଷ୍ଟୁରାଣ୍ଟରୁ କେଉଁ କମ୍ପାନୀର ଉତ୍ପାଦ ଉପରେ ପ୍ରତିବନ୍ଧକ ଲଗାଯାଇଛି ସେ ସମ୍ପର୍କରେ ସୂଚନା ଦେଇନାହାଁନ୍ତି। ରଏଟର୍ସ ଅନୁଯାୟୀ ତୁର୍କୀ ସଂସଦ କୋକାକୋଲା ଏବଂ ନେଷ୍ଟଲର ଉତ୍ପାଦକୁ ବଏକଟ କରିଛି। ନ୍ୟୁଜ ଏଜେନ୍ସି ସୂତ୍ରରୁ ପ୍ରକାଶ ସଂସଦ ରେଷ୍ଟୁରାଣ୍ଟର ମେନୁରୁ କୋକାକୋଲା ଏବଂ ନେଷ୍ଟଲେକୁ ହଟାଇ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୬୯୯ଟଙ୍କାରେ ମିଳୁଛି ଜିଓ ଭାରତ ୪ଜି ଫୋନ୍‌

ମୁମ୍ବାଇ,୨୭।୧୦ (ଅଭୟ ଦାଶ): ରିଲାଏନ୍ସ ଜିଓର ବହୁ ପ୍ରତୀକ୍ଷିତ ଅଫର ସମ୍ପର୍କରେ ଘୋଷଣା କରାଯାଇଛି। ଏପରିକିି ଏହି ସୀମିତ ସମୟ ଅଫର ମଧ୍ୟରେ ଆଶାୟୀ ଉପଭୋକ୍ତାମାନେ...

ଆମେରିକାରୁ ବେଆଇନ ଭାରତୀୟ ପ୍ରବାସୀ ବିଦା

ଓ୍ବାଶିଂଟନ,୨୭ା୧୦: ଆମେରିକା ରାଷ୍ଟ୍ରପତି ନିର୍ବାଚନ ଆସନ୍ତା ମାସରେ ହେବାକୁ ଯାଉଥିବାବେଳେ ଏହା ପୂର୍ବରୁ ସେଠାରେ ବେଆଇନ ଭାବେ ପ୍ରବେଶ କରି ରହିଯାଇଥିବା ଭାରତୀୟମାନଙ୍କୁ ବିଦା କରିଦିଆଯାଇଛି।...

ବାଂଲାଦେଶରେ ହିନ୍ଦୁଙ୍କ ବିଶାଳ ରାଲି

ଢାକା,୨୬ା୧୦: ସଂଖ୍ୟାଲଘୁ ଅଧିକାର ଦାବିରେ ବାଂଲାଦେଶ ହିନ୍ଦୁ ସମ୍ପ୍ରଦାୟର ହଜାର ହଜାର ଲୋକ ଚିଟ୍ଟାଗଙ୍ଗ୍‌ର ଐତିହାସିକ ଲାଲ୍‌ଦିଘି ମଇଦାନରେ ଶୁକ୍ରବାର ବିଶାଳ ରାଲି କରିଛନ୍ତି। ସେମାନଙ୍କର...

ଆଫ୍ରିଦି ହେଲେ ପାକିସ୍ତାନର ମୁଖ୍ୟ ବିଚାରପତି

ଇସଲାମାବାଦ,୨୬।୧୦: ୟାହିୟା ଆଫ୍ରିଦି ଶନିବାର ପାକିସ୍ତାନର ୩୦ତମ ପ୍ରଧାନ ବିଚାରପତି ଭାବରେ ଶପଥ ଗ୍ରହଣ କରିଛନ୍ତି। ଏହି ସୂଚନା ରାଷ୍ଟ୍ରପତି ଭବନର ମିଡିଆ ୱିଙ୍ଗ ଦ୍ୱାରା...

ଇରାନର ଦକ୍ଷିଣ ପୂର୍ବରେ ଜୋରଦାର ଆକ୍ରମଣ, ୧୦ ପୋଲିସ କର୍ମୀ ମୃତ

ଦୁବଇ,୨୬।୧୦: ଶନିବାର ଇରାନର ଅଶାନ୍ତ ଦକ୍ଷିଣ ପ୍ରଦେଶ ସିସ୍ତାନ ଏବଂ ବାଲୁଚିସ୍ତାନରେ ଏକ ପୋଲିସ କନଭେନ ଉପରେ ଏକ ବଡ଼ ଆକ୍ରମଣ ହୋଇଛି। ନ୍ୟୁଜ ଏଜେନ୍ସି...

ଜେଲରେ ବନ୍ଦ ଥିବା ନୋବେଲ ଶାନ୍ତି ପୁରସ୍କାର ବିଜେତା ନର୍ଗିସଙ୍କର ବଢିଲା ସମସ୍ୟା

ଦୁବଇ,୨୬।୧୦: ନୋବେଲ ଶାନ୍ତି ପୁରସ୍କାର ବିଜୟୀନି ନର୍ଗିସ ମୋହମ୍ମଦିଙ୍କ ସମସ୍ୟା ଥମିବାର ଯେମିତି ନାଁ ନେଉନାହିଁ। ତାଙ୍କୁ ପୁଣିଥରେ ଇରାନ କର୍ତ୍ତୃପକ୍ଷ ଅତିରିକ୍ତ ୬ମାସ କାରାଦଣ୍ଡରେ...

ଯୁଆଡେ ଚାହିଁଲେ ସେଆଡେ ହିନ୍ଦୁ, ବାଂଲାଦେଶରେ ସନାତନ ଜାଗରଣ ମଞ୍ଚର ବଡ଼ ପ୍ରଦର୍ଶନ

ଢାକା,୨୬।୧୦: ବାଂଲାଦେଶରେ ଲାଗାତାର ଭାବେ ସଂଖ୍ୟାଲଘୁ ବିଶେଷ କରି ହିନ୍ଦୁଙ୍କୁ ଟାର୍ଗେଟ କରାଯାଉଛି । ବର୍ତ୍ତମାନ ସଂଖ୍ୟାଲଘୁଙ୍କ ବିରୋଧରେ ଚାଲିଥିବା ହିଂସା ବିରୋଧରେ ସ୍ବର ଉତ୍ତୋଳନ...

ମୁଦ୍ରାସ୍ଫୀତିକୁ ନେଇ ଆରବିଆଇ ଗଭର୍ନର ଦେଲେ ବଡ଼ ସୂଚନା, କହିଲେ ଆମେ ଏହାକୁ…

ନୂଆଦିଲ୍ଲୀ,୨୬ା୧୦: ଭାରତୀୟ ଅର୍ଥନୀତିରେ ଉତ୍ଥାନପତ୍ତନ ଜାରି ରହିଛି। ଏଫ୍‌ଆଇଆଇ ଦେଶ ଛାଡୁଛନ୍ତି। ଏହି କାରଣରୁ ଗତ କିଛିଦିନ ହେବ ଷ୍ଟକ୍‌ ମାର୍କେଟରେ ମଧ୍ୟ ଏକ ବିରାଟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri