ହିଜାବ ବିରୋଧରେ ମଞ୍ଚରେ ଚୁଟି କାଟିଲେ ଗାୟିକା ମେଲେକ ମୋସୋ

ଇସ୍ତାନବୁଲ/ତେହେରାନ,୨୯ ।୯: ଇରାନରେ ଥମୁନି ହିଜାବ ବିରୋଧି ପ୍ରଦର୍ଶନ । ଏହି ବିରୋଧ ପ୍ରଦର୍ଶନକାରୀଙ୍କୁ ସମର୍ଥନ ଜଣାଇ ତୁର୍କିର ଗାୟିକା ମେଲେନ ମୋସୋ ସର୍ବସାଧାରଣ ମଞ୍ଚ ଉପରେ ନିଜର କେଶ କାଟିଦେଇଛନ୍ତି । ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ କଳାକାର ଇରାନି ପ୍ରଦର୍ଶନକାରୀଙ୍କ ସହ ଏକାଠି ହୋଇ କେଶ କାଟୁଥିବା ଦେଖାଯାଇଛି ।
ସୂଚନାଯୋଗ୍ୟ, ୨୨ ବର୍ଷିୟା ମହସା ଅମିନିଙ୍କ ପୋଲିସ କଷ୍ଟୁଡିରେ ମୃତ୍ୟୁ ହେବା ପରେ ଇରାନରେ ଜାରି ରହିଥିବା ବିରୋଧ ପ୍ରଦର୍ଶନ ସପକ୍ଷରେ ସାରା ବିଶ୍ୱରେ ସ୍ୱର ଉତ୍ତେଳନ ହୋଇଛି । ହିଜାବକୁ ନେଇ ଇରାନରେ ଚାଲିଥିବା । ସରକାରୀ ବିରୋଧ ପ୍ରଦର୍ଶନ ସମୟରେ ସୁରକ୍ଷାକର୍ମୀଙ୍କ ସହ ହୋଇଥିବା ସଂଘର୍ଷରେ ଏବେ ପର୍ଯ୍ୟନ୍ତ ୭୬ ଜଣଙ୍କ ମୃତ୍ୟୁ ହୋଇଥିବା କୁହାଯାଉଛି ।
ମହସାଙ୍କ ମୃତ୍ୟୁର ୧୦ ଦିନ ପରେ ଏହି ଆନ୍ଦୋଳନ ୭୬ ସହରରେ ପହଞ୍ଚି ସାରିଛି । ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓ କ୍ଲିପରେ ମହିଳା ପ୍ରର୍ଶନକାରୀ ଦେଶରେ ଲାଗୁ ହୋଇଥିବା କଡାକଡି ଡ୍ରେସ କୋଡ ବିରୋଧରେ ନିଜର ଚୁଟି କାଟିବା ଓ ନିଜ ହିଜାବୁକ ହଟାଇ ନିଆଁ ଲଗାଇବା ଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

Share