ଇରାକର କୁର୍ଦ୍ଦିସ୍ତାନରେ ଡ୍ରୋନ ଆକ୍ରମଣ କଲା ତୁର୍କୀ, ୩ ମୃତ

ଅଙ୍କାରା,୧୨।୮: ତୁର୍କୀ ଇରାକ ଉପରେ ଡ୍ରୋନ ଆକ୍ରମଣ କରିଛି। ଇରାକର ଆତଙ୍କବାଦ ବିରୋଧୀ ସ୍କ୍ବାଡ ପକ୍ଷରୁ ଏହି ସୂଚନା ଦିଆଯାଇଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଇରାକର ଆତଙ୍କବାଦ ବିରୋଧୀ ସେବା ଅଧିକାରୀ କହିଛନ୍ତି ଯେ ତୁର୍କୀ ଶୁକ୍ରବାର କୁର୍ଦ୍ଦିସ୍ତାନରେ ଡ୍ରୋନ ଆକ୍ରମଣ କରିଛି। ଏହି ଆକ୍ରମଣରେ କୁର୍ଦ୍ଦିସ୍ତାନ ୱାର୍କର୍ସ ପାର୍ଟିର ଜଣେ ବରିଷ୍ଠ ସଦସ୍ୟଙ୍କ ସମେତ ତିନି ଜଣଙ୍କର ମତ୍ୟୁ ଘଟିଛି। ବିଦେଶୀ ଗଣମାଧ୍ୟମ ଅନୁଯାୟୀ ଉତ୍ତର ଇରାକରେ କୁର୍ଦ୍ଦ ଆତଙ୍କବାଦୀଙ୍କ ବିରୋଧରେ ଏହା ହେଉଛି ପଞ୍ଚମ ଡ୍ରୋନ ଷ୍ଟ୍ରାଇକ।

Share