Categories: ବାଣିଜ୍ୟ

ବଜାରରେ ଟର୍କୁ ଫାର୍ମାର ନୂତନ ଉତ୍ପାଦ

ଭୁବନେଶ୍ୱର,୧୧।୧୨: ଦେଶର ଅଗ୍ରଣୀ ଫାର୍ମାସ୍ୟୁଟିକାଲ କମ୍ପାନୀ ‘ଟର୍କୁ’ ବା ଟର୍କୁ ଫାର୍ମାସ୍ୟୁଟିକାଲ୍‌ସର ନୂତନ ଉତ୍ପାଦ ‘ହେୟାର ରିମୋଭାଲ କ୍ରିମ୍‌’ର ସର୍ବଭାରତୀୟ ଉନ୍ମୋଚନ ନିକଟରେ ହୋଇଯାଇଛି। ବିଶେଷକରି କମ୍ପାନୀ ତା’ର ପର୍ସନାଲ କେୟାର ବ୍ରାଣ୍ଡ୍‌ରେ ଏଭଳି ଉତ୍ପାଦକୁ ସାମିଲ କରାଇ ବଜାର ପ୍ରବେଶ ସମ୍ପର୍କରେ ଘୋଷଣା କରିଛି। ଏପରିକି ଉକ୍ତ ଉତ୍ପାଦ ୩ଟି ଆକର୍ଷଣୀୟ ଭାରିଆଣ୍ଟ ଯଥା ଷ୍ଟ୍ରବେରି, ଆଲୋଭେରା ଏବଂ ଗୋଲାପ (ରୋଜ୍‌) ବର୍ଗରେ ଉପଲବ୍ଧ। ଏ ସମ୍ପର୍କରେ ଟର୍କୁ ଫାର୍ମାସ୍ୟୁଟିକାଲ୍‌ସର ନିର୍ଦ୍ଦେଶକ ଅଭୟ ଇକ୍‌ବାଲ ସିଂହ ବେଦୀ କହିଛନ୍ତି, ଆମେ ଗ୍ରାହକଙ୍କ ଚାହିଦା ଓ ଆବଶ୍ୟକତାକୁ ନଜରରେ ରଖି ଏଭଳି ଏକ ଉତ୍ପାଦକୁ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି କମ୍ପାନୀର ପର୍ସନାଲ କେୟାର ବ୍ରାଣ୍ଡ୍‌ ବର୍ଗରେ ଉକ୍ତ ଉତ୍ପାଦଗୁଡ଼ିକୁ ଉନ୍ମୋଚିତ କରାଯାଇଛି। ସେହିଭଳି ଗୁଣାତ୍ମକମାନ ସହିତ ସୁଲଭ ମୂଲ୍ୟରେ ଉକ୍ତ ଉତ୍ପାଦଗୁଡ଼ିକ ଦେଶର ସମସ୍ତ ଔଷଧ ଦୋକାନ ଓ ମେଡିସିନରେ ଉପଲବ୍ଧ।

Share