ବଲାଙ୍ଗୀର ଅଫିସ,୧୧ା୩: ବଲାଙ୍ଗୀର ସହର ଲର୍କିପାଲି ଓ ପଥରଚେପାଠାରେ ଶନିବାର ପୋଲିସ ଏବଂ ପ୍ରଶାସନିକ ଟିମ୍ ଦୁର୍ଦ୍ଦାନ୍ତ ଅପରାଧୀ ଟିମନ କୁମ୍ଭାରଙ୍କ ଘର ଓ ଆଡ୍ଡାରେ ଉଚ୍ଛେଦ କାର୍ଯ୍ୟ ଜାରି ରଖିଛନ୍ତି। ଅପରାଧିକ କାର୍ଯ୍ୟକଳାପରେ ଲିପ୍ତ ରହି ବାରମ୍ବାର ଜେଲ୍ ଯାଇ ଜାମିନରେ ବାହାରି ପୁଣି ଅପରାଧରେ ଲିପ୍ତ ରହିଥିବା ଟିମନଙ୍କୁ ପାନେ ଦେବାକୁ ଯାଇ ବଲାଙ୍ଗୀର ପୋଲିସ ଲର୍କିପାଲିନ୍ଠାରେ ସରକାରୀ ଜମିରେ କରିଥିବା ବିରାଟ ଅଟ୍ଟାଳିକା, କୋଠାଘରକୁ ବୁଲ୍ଡୋଜର ଲଗାଇ ଭାଙ୍ଗି ଦିଆଯାଇଛି। ପଥରଚେପାଠାରେ ସରକାରୀ ଜମିରେ ବେଆଇନ ଅଫିସ ଘରକୁ ବି ଭଙ୍ଗାଯାଇଛି। ସରକାରୀ ଜମିରୁ ଅପରାଧିକ କାର୍ଯ୍ୟକଳାପ ଉପରେ ପ୍ରଶାସନ ଓ ପୋଲିସ ପକ୍ଷରୁ କିଛି ଦିନ ହେଲା ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଛି। ବଲାଙ୍ଗୀର ଉପଜିଲାପାଳ କୁମାର ନାଗଭୂଷଣ ଓ ଏସ୍ଡିପିଓ ତୋଫାନ ବାଘଙ୍କ ନେତୃତ୍ୱରେ ଉଚ୍ଛେଦ ଅଭିଯାନ ଜାରି ରହିଛି।