ଓଡ଼ିଶାରେ ଆସିବ ଟର୍ନିଂ ପଏଣ୍ଟ: ମୋଦି

ଓଡ଼ିଶାରେ ଓଡ଼ିଆ ଅସ୍ମିତା ପ୍ରତି ବିପଦ ଦେଖାଦେଇଛି। ଏଠାରେ ରାଜା ମହାରାଜା ବେଳର ସ୍ଥିତି ବଳବତ୍ତର ରହିଛି। ତେଣୁ ଲୋକେ ପରିବର୍ତ୍ତନ ଚାହୁଁଛନ୍ତି। ଚଳିତ ନିର୍ବାଚନରେ ଓଡ଼ିଶାରେ ଟର୍ନିଂ ପଏଣ୍ଟ ଆସିବ ବୋଲି ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱରରେ ରୋଡ୍‌ ଶୋ’ ବେଳେ ଏକ ଜାତୀୟ ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାରେ ଏଥର ପଦ୍ମ ଫୁଟିବ। ରୋଡ୍‌ ଶୋ’ର ବିପୁଳ ଜନସମାଗମ ଏହାକୁ ପ୍ରମାଣିତ କରୁଛି ବୋଲି ପ୍ରଧାନମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।

ଭୁବନେଶ୍ୱର,୧୧।୫(ସୁନିତ୍‌ ମିଶ୍ର)
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ରାତି ୮ଟା ୪୫ରେ ଭୁବନେଶ୍ୱରସ୍ଥିତ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ତାଙ୍କ ରୋଡ୍‌ ଶୋ କାର୍ଯ୍ୟକ୍ରମ କରିଥିଲେ। ଏହି କାର୍ଯ୍ୟକ୍ରମ ପ୍ରାୟ ଘଣ୍ଟାଏ ଧରି ଚାଲିଥିଲା। ମୋଦିଙ୍କୁ ଦେଖିବା ଲାଗି ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ମୋଦି ପ୍ରଚାର ଗାଡ଼ିରେ ପଦ୍ମ ଚିହ୍ନ ଦେଖାଇ ରାଲିର ଶେଷ ପର୍ଯ୍ୟନ୍ତ ଯାଇଥିଲେ। ମୋଦିଙ୍କ ରୋଡ୍‌ ଶୋ ଦେଖିବା ଲାଗି ଲକ୍ଷାଧିକ ଲୋକଙ୍କ ସମାଗମ ମଧ୍ୟ ହୋଇଥିଲା। ଏହି ରୋଡ୍‌ ଶୋ କାର୍ଯ୍ୟକ୍ରମ ସମୟରେ ମୋଦିଙ୍କ ସାଙ୍ଗରେ ଭାଜପା ରାଜ୍ୟ ସଭାପତି ମନମୋହନ ସାମଲ ଏବଂ ଭୁବନେଶ୍ୱର ଲୋକ ସଭା ସଦସ୍ୟା ଅପରାଜିତା ଷଡ଼ଙ୍ଗୀ ଉପସ୍ଥିତ ଥିଲେ।
ପ୍ରଧାନମନ୍ତ୍ରୀ ୨ ଦିନିଆ ଓଡ଼ିଶା ଗସ୍ତରେ ଆସି ଶୁକ୍ରବାର ସା ପ୍ରାୟ ୮ଟା ୩୦ ମିନିଟ୍‌ ସମୟରେ ସ୍ବତନ୍ତ୍ର ବିମାନ ଯୋଗେ ଭୁବନେଶ୍ୱର ବିମାନବନ୍ଦରଠାରେ ପହଞ୍ଚିଥିଲେ। ସେଠାରୁ ମୋଦି ସିଧାସଳଖ ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିଲେ। ସେଠାରେ ମୋଦିଙ୍କୁ ସ୍ବାଗତ କରିବା ଲାଗି ସମ୍ବଲପୁରୀ ଶାଢ଼ି ଏବଂ ପଗଡ଼ି ପିନ୍ଧି ବହୁ ଯୁବତୀ ଠିଆହୋଇ ରହିଥିଲେ। ଦଳୀୟ କାର୍ଯ୍ୟାଳୟ ବାହାରେ ଏକ ମଞ୍ଚ କରାଯାଇ ଓଡିଶୀ ନୃତ୍ୟ ପରିବେଷଣ କରାଯାଇଥିଲା। ଏହାସହ ସୁସଜ୍ଜିତ ପ୍ରଚାର ଗାଡ଼ି ମଧ୍ୟ ପ୍ରସ୍ତୁତ ରହିଥିଲା। ଭୁବନେଶ୍ୱର ଲୋକ ସଭା ନିର୍ବାଚନମଣ୍ଡଳୀ ପ୍ରାର୍ଥୀ ଅପରାଜିତା ଷଡ଼ଙ୍ଗୀ ଏବଂ ଭୁବନେଶ୍ୱର ଲୋକ ସଭା ଆସନ ଅନ୍ତର୍ଗତ ୭ ବିଧାନସଭା ଆସନର ଭାଜପା ବିଧାୟକ ପ୍ରାର୍ଥୀମାନେ ରାସ୍ତା ଉପରେ ମୋଦିଙ୍କୁ ସ୍ବାଗତ ଜଣାଇବା ପାଇଁ ଅପେକ୍ଷାକରି ରହିଥିଲେ। ଏହାସହ ମନମୋହନ ସାମଲ ଏବଂ ଭାଜପା ନେତା ଦିଲୀପ ନାୟକ ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ମୋଦି ରାଜ୍ୟ କାର୍ଯ୍ୟାଳୟଠାରେ ପହଞ୍ଚିବା ପରେ ଗାଡ଼ିରୁ ଓହ୍ଲାଇ ସ୍ବାଗତ ଜଣାଇବାକୁ ଥିବା ସମସ୍ତଙ୍କୁ ନମସ୍କାର କରି ପ୍ରଚାର ଗାଡ଼ିକୁ ଚଢ଼ିଥିଲେ। ଏହି ସମୟରେ କେବଳ ଅପରାଜିତା ଏବଂ ମନମୋହନ ତାଙ୍କ ସାଙ୍ଗରେ ପ୍ରଚାର ଗାଡ଼ିକୁ ଯାଇଥିବା ବେଳେ ଅନ୍ୟମାନଙ୍କୁ ସୁରକ୍ଷା କର୍ମୀମାନେ ଅଟକାଇ ଦେଇଥିଲେ। ଏହାପରେ ମୋଦି ପଦ୍ମ ଚିହ୍ନ ଦେଖାଇ ରୋଡ୍‌ ଶୋ ଆରମ୍ଭ କରିଥିଲେ। ଏହି ସମୟରେ ମୋଦିଙ୍କ ଫଟୋଚିତ୍ର ଧରି ଠିଆ ହେଇଥିବା ଜଣଙ୍କୁ ପ୍ରଧାନମନ୍ତ୍ରୀ ଲକ୍ଷ୍ୟକରି ତାଙ୍କ ହାତରେ ଥିବା ଉପହାର ଗ୍ରହଣକରି ନେବାକୁ ତାଙ୍କ ସୁରକ୍ଷା କର୍ମୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ବଲପୁର ଶାଢ଼ି ପରିଧାନ କରିଥିବା ଯୁବତୀମାନେ ଆଗରେ ମୋଦି ମୋଦି ନାରା ଦେଇ ଚାଲି ଚାଲି ଯାଇଥିବା ବେଳେ ପ୍ରଚାର ଗାଡି ସେମାନଙ୍କ ପଛେ ପଛେ ଯାଇଥିଲା। ପ୍ରାୟ ଘଣ୍ଟାଏ ଧରି ଚାଲିଯିବା ଏହି ରୋଡ୍‌ ଶୋ ଦେଖିବାକୁ ଲକ୍ଷାଧିକ ଲୋକ ରାସ୍ତାକଡ଼ରେ ଅପେକ୍ଷା କରି ରହିଥିଲେ। ରୋଡ୍‌ ଶୋ ଶେଷ କରିବା ପରେ ମୋଦି ବାଣୀବିହାରଠାରୁ ସିଧାସଲଖ ରାଜଭବନ ଅଭିମୁଖେ ଗସ୍ତକରି ରାତି ପ୍ରାୟ ୯ଟା ୫୩ ମିନିଟ୍‌ ସମୟରେ ସେଠାରେ ପହଞ୍ଚିଥିଲେ।
ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ରାସ୍ତାରେ ଗାଡ଼ି ମଟର ଯିବା ଆସିବା ସମ୍ପୂର୍ଣ୍ଣ ବନ୍ଦ କରିଦିଆଯାଇଥିଲା। ଏହାସହ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ମଧ୍ୟ ଦେଖିବାକୁ ମିଳିଥିଲା। ଦିନ ତମାମ ବିଭିନ୍ନ ନିର୍ବାଚନମଣ୍ଡଳୀରୁ ଭାଜପା ନେତାମାନେ ନିଜ ନିଜର କର୍ମୀଙ୍କୁ ଗାଡ଼ି ଯୋଗେ ଆଣିଥିଲେ। ବିଭିନ୍ନ ସ୍ଥାନରେ ଗାଡ଼ି ପାର୍କିଂ କରାଯିବା ଲାଗି ପୋଲିସ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା। କର୍ମୀମାନେ ଗାଡ଼ିରୁ ଓହ୍ଲାଇବା ପରେ ଭାଜପା କାର୍ଯ୍ୟାଳୟଠାରୁ ବାଣୀବିହାର ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଖେଳାଇ ହୋଇ ମୋଦିଙ୍କ ଗସ୍ତକୁ ଅପେକ୍ଷାକରି ରହିଥିଲେ। ପ୍ରଧାନମନ୍ତ୍ରୀଙ୍କୁ ଦେଖିବା ଲାଗି ଲୋକମାନେ ଦୀର୍ଘ ସମୟ ଧରି ଅପେକ୍ଷାକରି ରହିଥିବା ବେଳେ ମାଷ୍ଟରକ୍ୟାଣ୍ଟିନଠାରୁ ବାଣୀବିହାର ପର୍ଯ୍ୟନ୍ତ ଥିବା ପ୍ରାୟ ଦୋକାନ ବଜାର ବନ୍ଦ ରହିଥିବା ମଧ୍ୟ ଦେଖିବାକୁ ମିଳିଥିଲା। ପ୍ରଧାନମନ୍ତ୍ରୀ ରାଜଭବନରେ ରାତ୍ରିଯାପନ କରିବା ସହ ଶନିବାର ୩ଟି ସ୍ଥାନରେ ହେବାକୁ ଥିବା ଜନସଭାକୁ ସମ୍ବୋଧନ କରିବେ। ସକାଳ ୯ଟା୩୦ରେ କନ୍ଧମାଳ ଲୋକ ସଭା ନିର୍ବାଚନମଣ୍ଡଳୀର ଫୁଲବାଣୀ ଷ୍ଟାଡିୟମଠାରେ ଏକ ଜନସଭାରେ ଯୋଗଦେବେ। ଏହାପରେ ୧୧ଟା ୩୦ ମିନିଟ୍‌ରେ ବଲାଙ୍ଗୀର ଏବଂ ୧ଟା ୩୦ରେ ବରଗଡ଼ ଠାରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି। ଏହାପରେ ମୋଦି ଦିଲ୍ଲୀ ଫେରିଯିବା କାର୍ଯ୍ୟକ୍ରମ ରହିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

୪ବର୍ଷ ତଳେ କରିଥିଲେ ବିବାହ: ଘରୁ ମିଳିଲା ଦମ୍ପତିଙ୍କ ମୃତଦେହ

ମୁରିବାହାଲ,୩୦ା୩(ଶ୍ରୀବତ୍ସ ବେହେରା): ବଲାଙ୍ଗୀର ଜିଲା ମୁରିବାହାଲ ଥାନା ଅନ୍ତର୍ଗତ ଗୁଡିଘାଟ ଗ୍ରାମରେ ରବିବାର ଏକ ଦମ୍ପତିଙ୍କ ମୃତଦେହ ବନ୍ଦ କୋଠରିରୁ ଜବତ କରାଯାଇଛି। ସେମାନେ ହେଲେ...

ହାତୀଙ୍କୁ ଠେଙ୍ଗାରେ ମାଡ଼ ଘଟଣା: ଭିଡିଓ ଭାଇରାଲ ପରେ ଅଭିଯୁକ୍ତ ଚିହ୍ନଟ

କେନ୍ଦୁଝର,୩୦ା୩(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ହାତୀପଲକୁ ଠେଙ୍ଗାରେ ମାଡ଼ ଘଟଣାରେ ବନ ବିଭାଗ ଅଭିଯୁକ୍ତଙ୍କୁ ଚିହ୍ନଟ କରିଛି। ଭିଡିଓ ଭାଇରାଲ ପରେ ଧରିତ୍ରୀରେ ଖବର...

ଘରୁ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ: ପୁଅ ଘରୁ ଲୁଟ୍‌ କରି ବନ୍ଧକ ରଖିଥିଲେ ଅଳଙ୍କାର

ଆନନ୍ଦପୁର,୩୦ା୩(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଫକୀରପୁର ଅଞ୍ଚଳର ପ୍ରଫୁଲ୍ଲ ନାଥଙ୍କ ଘରୁ ବନ୍ଧୁକ ଦେଖାଇ ଅଳଙ୍କାର ଲୁଟ୍‌ ଘଟଣାର ପର୍ଦ୍ଦାଫାଶ ହୋଇଛି।...

ମହା ଆଡ଼ମ୍ବରରେ ପାଳନ ହେବ ଓଡ଼ିଆ ନବବର୍ଷ, ୧୪ ଦିନ ଧରି ରାଜ୍ୟବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ

ଭୁବନେଶ୍ୱର,୩୦।୩: ଚଳିତ ବର୍ଷ ପ୍ରଥମ ଥର ପାଇଁ ଏପ୍ରିଲ ମାସ ୧ ତାରିଖ ଓଡ଼ିଶା ଦିବସ ଠାରୁ ୧୪ ଏପ୍ରିଲ ଓଡ଼ିଆ ନବବର୍ଷ ତଥା ମହାବିଷୁବ...

ରେଳ ଦୁର୍ଘଟଣାର ତଦନ୍ତ କରିବେ ସିଆରଏସ୍: ଆର୍ଥିକ ସହାୟତା ଘୋଷଣା

ଭୁବନେଶ୍ୱର,୩୦।୩: ରବିବାର ପୂର୍ବାହ୍ନରେ ନିରଗୁଣ୍ଡି ଷ୍ଟେସନ ନିକଟରେ ଘଟିଥିବା ୧୨୫୫୧ ବାଙ୍ଗାଲୋର-କାମାଖ୍ୟା ଏସି ଏସ୍ଏଫ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ ହେବା ଘଟଣାର ବିସ୍ତୃତ ତଦନ୍ତ କମିଶନର ଅଫ୍...

କୋଏଲ ନଦୀରେ ବୁଡ଼ି ଚାଲିଗଲା ୨ ଯୁବକଙ୍କ ଜୀବନ

ରାଉରକେଲା,୩୦।୩(ସଙ୍ଗୀତା ଜେନା):ରାଉରକେଲା ବିଶ୍ରା ଥାନା ଅଧୀନ କୋଏଲ ନଦୀ କାରକାଟା ଘାଟରେ ରବିବାର ଗାଧୋଇବା ବେଳେ ବୁଡିଯିବାରୁ ୨ଜଣ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ଦ୍ୱୟ...

ବହୁଗୁଣ ଲାଭ ଦେବା ଆଳରେ ପୂର୍ବତନ ମନ୍ତ୍ରୀ ତଥା ବିଧାୟକଙ୍କୁ ୧.୪ କୋଟି ଠକେଇ

ଭୁବନେଶ୍ୱର,୩୦।୩(ସତ୍ୟଜିତ୍‌ ରାଉତ): ଅନଲାଇନ୍‌ ଟ୍ରେଡିଂରେ ବହୁଗୁଣ ଲାଭ ଦେବାର ପ୍ରତିଶ୍ରୁତି ଦେଇ ସାଇବର ଠକମାନେ ଓଡ଼ିଶାର ଜଣେ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକଙ୍କୁ ୧...

ମୁଖ୍ୟମନ୍ତ୍ରୀଙ୍କ କଳାହାଣ୍ଡି ଗସ୍ତକୁ କଂଗ୍ରେସର ବିରୋଧ: କଂଗ୍ରେସ କର୍ମକର୍ତ୍ତାଙ୍କୁ ଉଠାଇନେଲା ପୋଲିସ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ)- କଳାହାଣ୍ଡିରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି। ତେବେ ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତକୁ ବିରୋଧ କରୁଥିଲେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image