‘ଖତରୋଁ କା ଖିଲାଡି ୧୨’ର ୱିନର ହେଲେ ତୁଷାର କାଲିୟା

ମୁମ୍ବାଇ,୨୬ ।୯: ଶେଷ ହେଲା ଅପେକ୍ଷା । ରୋହିତ ସେଟ୍ଟିଙ୍କ ରିୟଲିଟି ଶୋ’ ‘ଖତରୋଁ କା ଖିଲାଡି ୧୨’କୁ ମିଳିଗଲା ତା’ର ୱିନର । ତୁଷାର କାଲିୟା ଏଥର ‘ଖତରୋଁ କା ଖିଲାଡି ୧୨’ର ଟ୍ରଫି ନିଜ ନାଁରେ କରି ଦେଇଛନ୍ତି । ଫାଇନାଲରେ ତୁଷାରଙ୍କ ମୁକାରବିଲା ଫୈସଲ ଶେଖ, ମୋହିତ ମଲିକ, ରୁବିନା ଦିଲୌକ ଓ ଜନ୍ନତ ଜୁବୈରଙ୍କ ସହ ହୋଇଥିଲା । ସମସ୍ତଙ୍କୁ ପଛରେ ପକାଇ ତୁଷାର କାଲିୟା ‘ଖତରୋଁ କା ଖିଲାଡି ୧୨’ର ବିଜେତା ହୋଇଛନ୍ତି ।
ଡ୍ୟାନ୍ସରେ ଓସ୍ତାଦ ତୁଷାର ବଲିଉଡରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ସାରିଛନ୍ତି । ହେଲେ ‘ଖତରୋଁ କା ଖିଲାଡି’ରେ ବି ସେ ମାହିର ହେବେ ଏହା ବିଶ୍ୱାସ କରି ହେଉ ନ ଥିଲା । ପୁରା ସିଜନରେ ସେ ନିଜର ତାକତ ଓ ହିମତ ଦେଖାଇଛନ୍ତି । ରୋହିତ ସେଟ୍ଟି ଯେମିତି ୱିନରଙ୍କ ନାମ ଘୋଷଣା କରିଛନ୍ତି ତୁଷାର ଖୁସିରେ ଆତ୍ମହରା ହୋଇ ଯାଇଥିଲେ । ଶେଷରେ ତୁଷାର ଫାଇନାଲରେ ଫୌଜଙ୍କୁ ହରାଇ ୱିନର ହୋଇଛନ୍ତି ।
ୱିନର ଭାବେ ତୁଷାରଙ୍କୁ ଟ୍ରଫି ସହ ୨୦ ଲକ୍ଷ ଟଙ୍କା ପ୍ରାଇଜ ମନି ଓ ମାରୁତି ସୁଜକି ସୁଇଫ୍ଟ କାର ବି ମିଳିଛି । ଶୋ’ ସମୟରେ ସେ ବେଶି କିଛି କୁହନ୍ତି ନାହିଁ ହେଲେ ସେ ଯେଉଁ ସ୍ପିଡରେ ଟାସ୍କ କରନ୍ତି ଲାଗେ ଯେମିତି ତାଙ୍କ ଭିତରେ ଜିତିବାର ଭୋକ ରହିଛି । ଏହି ବିଜୟ ପରେ ସେ ତାଙ୍କର ସମସ୍ତ ପ୍ରଶଂସକଙ୍କୁ ଧନ୍ୟବାଦ ଦେଇଛନ୍ତି ।
ତୁଷାର ହେଉଛନ୍ତି ବଲିଉଡ କୋରିଓଗ୍ରାଫର । ସେ ଡ୍ୟାନ୍ସ ଦିୱାନେର ଜଜ ବି ରହି ସାରିଛନ୍ତି । ଚଳିତ ବର୍ଷ ସେ ତାଙ୍କ ଲେଡି ଲଭ ତ୍ରିବେଣୀ ବର୍ମନଙ୍କୁ ବିବାହ କରିଛନ୍ତି ।

Share