ମକରରେ ବିସର୍ଜନ ନିଅନ୍ତି ଟୁସୁମଣୀ

କେନ୍ଦୁଝର(ନରେଶ ଚନ୍ଦ୍ର ପଟ୍ଟନାୟକ)/ ଚମ୍ପୁଆ(ମହେଶ୍ୱର ଦାସ),୧୪ା୧ମକର ସଂକ୍ରାନ୍ତିରେ ସମସ୍ତେ ପୂଜାପାଠ କରିବା ସହ ନୂଆ ଲୁଗା ପିନ୍ଧି ପିଠାପଣା ଖାଇ ମେଳା ବୁଲିଥାନ୍ତି। ମାତ୍ର କୁଡୁମୀ ସମ୍ପ୍ରଦାୟର ମହିଳାମାନେ ମକର ପର୍ବରେ ପାରମ୍ପରିକ ଟୁସୁ(ମାଟିରେ ତିଆରି ଦେବୀ ମୂର୍ତ୍ତି)ଙ୍କୁ ପୂଜାର୍ଚ୍ଚନା କରି ଏକ ଭିନ୍ନ ପର୍ବ ପାଳନ କରିଥାନ୍ତି। ଜଣେ ପରାକ୍ରମୀ ରାଜାଙ୍କଠାରୁ ନିଜର ସତିତ୍ୱ ଓ ସମ୍ପ୍ରଦାୟର ସ୍ବାଭିମାନକୁ ରକ୍ଷା କରିବା ପାଇଁ ଟୁସୁମଣୀ (ଟୁସୁ) ନଦୀ ଗର୍ଭକୁ ଡେଇଁ ବଳିଦାନ ଦେଇଥିବାରୁ କୁଡୁମୀ ସମ୍ପ୍ରଦାୟ ଲୋକେ ତାଙ୍କୁ ଦେବୀ ରୂପେ ପୂଜା କରିଥାନ୍ତି। ଏହା ହେଉଛି ତ୍ୟାଗ ଓ ବଳିଦାନର ପର୍ବ ବୋଲି କୁଡୁମୀ ସମ୍ପ୍ରଦାୟର ବରିଷ୍ଠ ବ୍ୟକ୍ତି ହରେକୃଷ୍ଣ ମହାନ୍ତ କହିଛନ୍ତି।
ମୋଗଲ ରାଜୁତି ସମୟରେ ସମ୍ରାଟ ଆଲ୍ଲାଉଦିନ ଖିଲିଜ୍‌, ରାଣୀ ପଦ୍ମାବତୀଙ୍କ ସୌନ୍ଦର୍ଯ୍ୟରେ ମୁଗ୍ଧ ହୋଇ ବିବାହ କରିବାକୁ ମନ ବଳାଇଥିଲେ। ତେବେ ବିଫଳ ହେବାରୁ ତାଙ୍କ ପାଇଁ ପଦ୍ମାବତୀଙ୍କ ଠାରୁ ଅତୀବ ସୁନ୍ଦରୀ ଯୁବତୀ ଖୋଜିବାକୁ ଆଦେଶ କରିଥିଲେ। ରାଜାଙ୍କ ଆଦେଶ ପରେ ପାତ୍ରମନ୍ତ୍ରୀମାନେ ରାଣୀ ଖୋଜି କୁଡୁମୀ ସମ୍ପ୍ରଦାୟର ଅତୀବ ସୁନ୍ଦରୀ ଝିଅ ଟୁସୁମଣୀଙ୍କୁ ବଳପୂର୍ବକ ଉଠାଇ ଆଣିଥିଲେ। ତାଙ୍କୁ ଘୋଡ଼ାରେ ବସାଇ ରାଜବାଟି ନେଉଥିବା ସମୟରେ ରାସ୍ତାରେ ନଦୀ ପାରହେବା ସମୟରେ ନଦୀ ଗର୍ଭକୁ ଡେଇଁ ପ୍ରାଣବଳି ଦେଇଥିଲେ ବୋଲି ବୀରତ୍ୱ ଗାଥା ରହିଛି। ସେହିଦିନ ମକର ସଂକ୍ରାନ୍ତି ଥିବାରୁ କୁଡୁମୀ ସମ୍ପ୍ରଦାୟର ମହିଳାମାନେ ଟୁସୁ ଦେବୀଙ୍କୁ ପୂଜାର୍ଚ୍ଚନା କରିବା ସହ ଏକ ଶୋଭାଯାତ୍ରାରେ ଗ୍ରାମ ଓ ସହର ପରିକ୍ରମା କରି ଆଖପାଖ ଜଳାଶୟରେ ବିସର୍ଜନ କରିଥାନ୍ତି। ମକର ସଂକ୍ରାନ୍ତିର ୭ ଦିନ ପୂର୍ବରୁ ଟୁସୁଦେବୀଙ୍କ ମୃଣ୍ମୟ ମୂର୍ତ୍ତି ଆଣି ପୂଜାର୍ଚ୍ଚନା କରାଯାଇଥାଏ। ଦେବୀଙ୍କୁ ମକର ଦିନ ସୁସଜ୍ଜିତ ମେଢ଼/ପାଲିଙ୍କିରେ ବସାଇ ଗୀତଗାଇ ଘର ଘର ବୁଲାଇଥାନ୍ତି। ଗ୍ରାମ ମନ୍ଦିର ପରିକ୍ରମା କରି ପାଖ ପୋଖରୀ, ନଦୀ, ନାଳରେ ବିସର୍ଜନ କରିଥାନ୍ତି। ବିଶେଷକରି କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର କୁଡୁମୀ ସମ୍ପ୍ରଦାୟ ଗ୍ରାମଗୁଡ଼ିକରେ ଟୁସୁ ପର୍ବ ପାଳିତ ହୋଇଥାଏ। ସଦର ବ୍ଲକ୍‌ର ରଘୁନାଥପୁର ପଞ୍ଚାୟତ ବ୍ୟତୀତ ହରିଚନ୍ଦନପୁର ବ୍ଲକ୍‌ର ବଲାଣୀପଶି ଆଦି ଅଞ୍ଚଳରେ ଟୁସୁ ପର୍ବ ଧୁମଧାମରେ ପାଳିତ ହୋଇଥାଏ।


Enter your email to get our daily news in your inbox.

All Right Reserved By Dharitri.Com

Big Breaking: ନିର୍ଗୁଣ୍ଡିରେ ଲାଇନ୍‌ଚ୍ୟୁତ ହେଲା କାମାକ୍ଷା ଏକ୍ସପ୍ରେସର ୧୧ ବଗି

ଚୌଦ୍ୱାର,୩୦ା୩: କଟକ ଜିଲା ମଙ୍ଗୁଳି ନିକଟ ନିର୍ଗୁଣ୍ଡିଠାରେ ରବିବାର ମଧ୍ୟାହ୍ନରେ କାମାକ୍ଷା ଏକ୍ସପ୍ରେସର ୧୧ଟି ବଗି ଲାଇନ୍‌ଚ୍ୟୁତ ହୋଇଛି। ବେଙ୍ଗାଲୁରୁ-କାମାକ୍ଷା ଏକ୍ସପ୍ରେସରେ ଏହି ଅଘଟଣ ଘଟିଛି।...

କଳାହାଣ୍ଡିର ମାଟିରେ ତିଆରି ହେଉଛି କ୍ରିକେଟ ପିଚ୍‌: ମୁଖ୍ୟମନ୍ତ୍ରୀ

ଭବାନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାକୁ ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗସ୍ତ କରିଛନ୍ତି। ପୂର୍ବାହ୍ନ ୧୧ଟା ୩୦ରେ ସେ ଜିଲାର ଭବାନୀପାଟଣାସ୍ଥିତ କ୍ରିଷ୍ଣାନଗର...

ଅନ୍ତ୍ୟୋଦୟ ଗୃହ ଯୋଜନା ଶୁଭାରମ୍ଭ,  ହିତାଧିକାରୀଙ୍କୁ କାର୍ଯ୍ୟାଦେଶ ବଣ୍ଟନ

ରାଇକିଆ,୩୦।୩(ପ୍ରଦୀପ ବେହେରା): କନ୍ଧମାଳ ଜିଲା  ରାଇକିଆ ବ୍ଲକ କାର୍ଯ୍ୟାଳୟ ପରିସରରେ ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ...

ଅନ୍ତ୍ୟୋଦୟ ଯୋଜନାର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, କହିଲେ ଏହିମାନଙ୍କୁ ମିଳିବ ଘର…

ଭବନୀପାଟଣା,୩୦ା୩(ଉତ୍ତମ କୁମାର ଦାଶ): ରବିବାର ଅନ୍ତ୍ୟୋଦୟ ଗୃହ ଯୋଜନାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। କଳାହାଣ୍ଡି ଜିଲା ଭବାନୀପାଟଣାରେ ଏହି ଯୋଜନାର ଶୁଭାରମ୍ଭ...

ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ କେଶବ ସଭାପତି, ସମ୍ବିତ ପୁଣି ସମ୍ପାଦକ

ବାଲେଶ୍ୱର,୩୦।୩(ବାଞ୍ଛାନିଧି ଦେ): ବାଲେଶ୍ୱର ବାର ଆସୋସିଏଶନ ନିର୍ବାଚନ ଶନିବାର ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି ।  ଶନିବାର ରାତି ୧୨ ଟାରେ ଫଳାଫଳ ପ୍ରକାଶ...

ହଳପଦରରେ ରାସ୍ତାରୋକ, ଗାଡିମଟର ଚଳାଚଳ ବାଧାପ୍ରାପ୍ତ

ଅମରପାଲି,୩୦।୩(ପୀତାମ୍ବର ସାହୁ): ଜୋର ଜବରଦସ୍ତ ବିଦ୍ୟୁତ ବିଲ ସଂଗ୍ରହକୁ ବିରୋଧ କରି ଆନ୍ଦୋଳନ ତେଜିଛି। ବଦ୍ୟୁତ ବିଲ ନ ଦେବାରୁ ଟାଟାପାୱାର ବୀରମହାରାଜପୁର ବ୍ଲକ ଅନ୍ତର୍ଗତ...

ଗଞ୍ଜେଇ ସିଗାରେଟ୍‌ ବିକ୍ରି କରି ଫଶିଲେ, ଜଣଙ୍କୁ ବାନ୍ଧିଲା ପୋଲିସ

ବ୍ରହ୍ମପୁର,୩୦।୩: ଗଞ୍ଜାମ ଜିଲା ବ୍ରହ୍ମପୁର ଷ୍ଟାଡିୟମ ନିକଟରେ ଗଞ୍ଜେଇ ସିଗାରେଟ ବିକ୍ରି କରୁଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ବ୍ୟକ୍ତିଙ୍କୁ ସାରେ ବାନ୍ଧିଛି। ଅଭିଯୁକ୍ତ...

ଆଧୁନିକ ସାହିତ୍ୟର ସର୍ବୋକୃଷ୍ଟ ଲୋକପ୍ରିୟ କଳା ହେଉଛି କଥା ସାହିତ୍ୟ

ବରଗଡ଼,୩୦ା୩(ପ୍ରେମାନନ୍ଦ ଖମାରୀ): ସମାଜ ଓ ମାନବ ଜୀବନର ଯଥାର୍ଥ ପ୍ରତିଲିପି ହେଉଛି କଥା ସାହିତ୍ୟ । ଏହା ଆଧୁନିକ ସାହିତ୍ୟର ଏକ ସର୍ବୋକୃଷ୍ଟ ଲୋକପ୍ରିୟ କଳା।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image