ଏହି ଲୋକପ୍ରିୟ ଅଭିନେତ୍ରୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ସ୍ବାମୀ

ଛୋଟ ପରଦାର ଲୋକପ୍ରିୟ ଅଭିନେତ୍ରୀ ଶ୍ୱେତା ତିଓ୍ବାରୀଙ୍କ ବ୍ୟକ୍ତିଗତ ଜୀବନ ସବୁବେଳେ ଚର୍ଚ୍ଚାରେ ରହିଆସିଛି। ପ୍ରଥମ ସ୍ବାମୀଙ୍କ ଠାରୁ ଅଲଗା ହେବା ପରେ ଶ୍ୱେତା ୨୦୧୩ରେ ଅଭିନଭ କୋହଲିଙ୍କୁ ବିବାହ କରିଥିଲେ। ବିବାହ ପରେ ଉଭୟଙ୍କର ଏକ ପୁତ୍ର ସନ୍ତାନ ଜନ୍ମ ହୋଇଥିଲା। କିନ୍ତୁ ବିବାହର କିଛି ବର୍ଷ ପରେ ସେମାନଙ୍କ ନୂତନ ସମ୍ପର୍କ ଖରାପ ହେବାରେ ଲାଗିଲା। କିଛି ମାସ ପୂର୍ବେ ଅଭିନବ ଅଭିଯୋଗ କରିଥିଲେ ଯେ, ସ୍ତ୍ରୀ ଶ୍ୱେତା ତାଙ୍କୁ ନିଜ ପୁଅ ରେୟାନଙ୍କଠାରୁ ଅଲଗା କରିଛନ୍ତି। ଏବେ ସେ ପୁଣିଥରେ ଅଭିଯୋଗ ଆଣିଛନ୍ତି ଯେ, ଶ୍ୱେତା ରେୟାନଙ୍କୁ ତାଙ୍କଠାରୁ ଲୁଚାଇ ରଖିଛନ୍ତି। ତେବେ ଏହି ସମସ୍ତ ଅଭିଯୋଗ ପରେ ଅଭିନବ ପୁଅକୁ ଭେଟିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ଅଭିନଭ ଶ୍ୱେତାଙ୍କ ବିରୋଧରେ ଏକ ମାନହାନି ନୋଟିସ ମଧ୍ୟ ପଠାଇଛନ୍ତି।

Share