Categories: ଜାତୀୟ

ସେକ୍ସ ର଼୍ୟାକେଟରୁ ଉଦ୍ଧାର ହେଲେ ଟିଭି ଅଭିନେତ୍ରୀ

ପାଣଜୀ,୧୯।୩: ଗୋଆ କ୍ରାଇମ୍‌ ବ୍ରାଞ୍ଚ ରାଜଧାନୀ ପଣଜୀ ନିକଟସ୍ଥ ସଙ୍ଗୋଲଦା ଗ୍ରାମରୁ ଏକ ସେକ୍ସ ର଼୍ୟାକେଟ୍‌ ଠାବ କରିଛି। ଏଥିରେ ସମ୍ପୃକ୍ତ ଜଣେ ବ୍ୟକ୍ତିଙ୍କୁ ଗିରଫ କରାଯାଇଥିବା ବେଳେ ୩ ମହିଳା ଉଦ୍ଧାର ହୋଇଛନ୍ତି। ପୋଲିସ ଦ୍ୱାରା ଉଦ୍ଧାର ହୋଇଥିବା ମହିଳାଙ୍କ ମଧ୍ୟରେ ଅଛନ୍ତି ଜଣେ ଟିଭି ଅଭିନେତ୍ରୀ।

କ୍ରାଇମ ବ୍ରାଞ୍ଚ ପକ୍ଷରୁ ଶୁକ୍ରବାର ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଛି, ହାଫିଜ ସଇଦ ବିଲାଲ ନାମକ ଜଣେ ବ୍ୟକ୍ତି ସେକ୍ସ ର଼୍ୟାକେଟ ଚଳାଉଥିବା ଆମକୁ ଟିପ୍‌ ମିଳିଥିଲା। ସୂଚନାକୁ ଯାଞ୍ଚ କରିବା ପରେ ସେକ୍ସ ର଼୍ୟାକେଟ୍‌କୁ ପର୍ଦ୍ଦାଫାଶ କରିବା ପାଇଁ ଏକ ଯୋଜନା ପ୍ରସ୍ତୁତ କରାଯାଇଥିଲା। ସଙ୍ଗୋଲଦା ଗ୍ରାମର ଏକ ହୋଟେଲରେ ୫୦ ହଜାର ଟଙ୍କାର ଡିଲ୍‌ ହୋଇଥିଲା। ଡିଲ ଅନୁଯାୟୀ, ୩ ଯୁବତୀଙ୍କ ସହ ୨୬ ବର୍ଷୀୟ ଅଭିଯୁକ୍ତ ହୋଟେଲରେ ପହଞ୍ଚିବା ପରେ ତାଙ୍କୁ ଗିରଫ କରାଯାଇଥିଲା।

Share