ବାପା ହେଲେ ଏହି ପ୍ରସିଦ୍ଧ ଅଭିନେତା

ଛୋଟ ପରଦାର ଲୋକପ୍ରିୟ ଅଭିନେତା କରଣଭୀର ବୋହରା ଦ୍ୱିତୀୟ ଥର ପାଇଁ ବାପା ହୋଇଛନ୍ତି। ତାଙ୍କର ସ୍ତ୍ରୀ ଟିଜେ ସିଦ୍ଧୁ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ପୂର୍ବରୁ ଅର୍ଥାତ୍‌ ୨୦୧୬ରେ ଏହି ଦମ୍ପତି ଯାଆଁଳା ଝିଅ ଭେଲା ବୋହରା ଏବଂ ଭିଲନା ବୋହରାଙ୍କୁ ଜନ୍ମ ଦେଇଥିଳେ।
ଏହି ଦମ୍ପତି ଦ୍ୱିତୀୟ ଥର ପାଇଁ ମା’ବାପା ହେବାକୁ ଯାଉଥିବା ନେଇ ଗତ ଅଗଷ୍ଟ ମାସରେ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କୁ ଜଣାଇଥିଲେ। କରଣଭୀର ରବିବାର ହସ୍ପିଟାଲ ସମ୍ମୁଖରେ ନୃତ୍ୟ କରୁଥିବାର ଏକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରିଥିଲେ। ଭିଡିଓରେ ସେ ବହୁତ ଖୁସି ଥିବା ଦେଖିବାକୁ ମିଳିଥିଲା। ତାଙ୍କ ହାତରେ ଏକ ବେବି କାର ସିଟ୍‌ ଥିବା ଦେଖିବାକୁ ମିଳଥିଲା। ଉକ୍ତ ଭିଡିଓ ପୋଷ୍ଟ କରି ସେ କ୍ୟାପଶନରେ ଲେଖିଥିଲେ, ଡାକ୍ତରଖାନା ଯିବାଭଳି ଲାଗୁଛି। କୌଣସି ବି ମୁହୂର୍ତ୍ତରେ ଖୁସି ଖବର ଆସିପାରେ। ପୁଅ ହେଉ ଅବା ଝିଅ ମୁଁ ବହୁତ ଭାଗ୍ୟବାନ ବୋଲି କରଣଭୀର ଲେଖିଥିଲେ।

Share