ରଣବୀରଙ୍କ ପରେ ଏବେ କୁନାଲ ହେଲେ ‘ନ୍ୟୁଡ୍‌’

ବମ୍ବେ: କିଛି ଦିନ ପୂର୍ବେ ନ୍ୟୁଡ୍‌ ଫଟୋଶୁଟ୍‌କୁ ନେଇ ଚର୍ଚ୍ଚାରେ ରହିଥିଲେ ଅଭିନେତା ରଣବୀର ସିଂ। କିଛି ଲୋକ ତାଙ୍କୁ ବିରୋଧ କରିଥିବା ବେଳେ କିଛି ଖୋଲାଖୋଲି ଭାବେ ସମର୍ଥନ କରିଥିଲେ। ବିଶେଷକରି ଟେଲି ଅଭିନେତାମାନେ ତାଙ୍କ ସମର୍ଥନରେ ନିଜର ନ୍ୟୁଡ୍‌ ଫଟୋ ଶେୟାର କରିବା ଦେଖାଯାଇଥିଲା। ଏବେ ଏହି ତାଲିକାରେ ଆଉ ଜଣେ ଅଭିନେତାଙ୍କ ନାମ ଯୋଡ଼ି ହୋଇଛି। ସେ ହେଲେ ଜଣାଶୁଣା ଅଭିନେତା କୁନାଲ ବର୍ମା।

କୁନାଲ ନିଜର ଇନଷ୍ଟାଗ୍ରାମରେ ନ୍ୟୁଡ୍‌ ଫଟୋ ଶେୟାର କରିବା ପରେ ତାହା ଭାଇରାଲ ହେଉଛି। ଫଟୋକୁ ଶେୟାର କରି ସେ ଲେଖିଛନ୍ତି, ମୋ ପାଖରେ ଖର୍ଚ୍ଚ କରିବାକୁ ଟଙ୍କା ବହୁତ କମ୍‌। ଏଣୁ ସବୁକିଛି ମୁଁ ଶରୀର ଉପରେ ଖର୍ଚ୍ଚ କରିଛି।

ଏନେଇ ପଚରାଯିବାରେ କୁନାଲ କହିଛନ୍ତି, ରଣବୀରଙ୍କ ଫଟୋ ଆସିବା ପରେ ସେ ଏହି ଫଟୋଶୁଟ୍‌ କରିଥିଲେ। ଅଭିନେତାଙ୍କଠାରୁ ତାଙ୍କୁ ଏପରି କରିବାକୁ ପ୍ରେରଣା ମିଳିଥିଲା। ଶରୀର ଉପରେ ପରିଶ୍ରମ ଯଦି କରିଛି ତେବେ ଦେଖାଇବାରେ ଅସୁବିଧା କ’ଣ। ଏହି ଟ୍ରେଣ୍ଡର ଆରମ୍ଭ କାହାକୁ ନା କାହାକୁ କରିବାର ଥିଲା। ରଣବୀର ଯାହାକୁ ବେଶ ସୁନ୍ଦର ଭାବେ କରିପାରିଲେ।

Share