ବାପାଙ୍କୁ ନେଇ ଚିନ୍ତାରେ ଶାହିର

ବମ୍ବେ: ବାପାଙ୍କୁ ନେଇ ଚିନ୍ତାରେ ଅଛନ୍ତି ଟେଲି ଅଭିନେତା ଶାହିର ଶେଖ। କାରଣ ସେ କରୋନା ସଂକ୍ରମିତ ହୋଇ ଏବେ ଭେଣ୍ଟିଲେଟରରେ। ସ୍ବାସ୍ଥ୍ୟରେ ଅବନତି ହେତୁ ବାପାଙ୍କ ପାଇଁ ପ୍ରାର୍ଥନା କରିବାକୁ ଅଭିନେତା ପ୍ରଶଂସକମାନଙ୍କୁ ଅନୁରୋଧ କରିଛନ୍ତି।

କାମ ବିଷୟରେ କଥା ହେଲେ ଓଟିଟି ପ୍ଲାଟଫର୍ମ ଜି୫ରେ ପ୍ରସାରିତ ହେବାକୁ ଥିବା ‘ପବିତ୍ର ରିସ୍ତା ୨’ରେ ଶାହିର ନଜର ଆସିବେ। ଏଥିରେ ତାଙ୍କ ସହ ଅଭିନେତ୍ରୀ ଅଙ୍କିତା ଲୋଖଣ୍ଡେ ମଧ୍ୟ ଅଛନ୍ତି। ୨୮ ଜାନୁୟାରୀଠାରୁ ଏହାର ପ୍ରିମିୟର ହେବ।

Share