ଲୋକପ୍ରିୟ ଟେଲି ଅଭିନେତାଙ୍କ ପରଲୋକ

ମୁମ୍ବାଇ,୧୧।୧୧: ଟେଲି ଇଣ୍ଡଷ୍ଟ୍ରିରୁ ବଡ ଦୁଃଖଦ ଖବର ସାମ୍ନାକୁ ଆସିଛି। ଲୋକପ୍ରିୟ ଟେଲି ଅଭିନେତା ସିଦ୍ଧାନ୍ତ ବିର ସୁର୍ଯ୍ୟବଂଶୀଙ୍କ ଶୁକ୍ରବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୪୬ ବର୍ଷ ବୟସ ହୋଇଥିଲା। ତାଙ୍କ ମୃତ୍ୟୁ ଖବରରେ ବଲିଉଡରେ ଶୋକର ଛାୟା ଖେଳିଯାଇଛି। ଜିମ୍‌ରେ ଓ୍ବାର୍କ ଆଉଟ୍‌ କରୁଥିବା ସମୟରେ ଅଭିନେତା ହଠାତ୍‌ ଖସିପଡିଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସିଦ୍ଧାନ୍ତ ପୂର୍ବରୁ ଆନନ୍ଦ ନାମରେ ପରିଚିତ ଥିଲେ। କିଛି ଦିନ ତଳେ ସେ ତାଙ୍କ ନାମ ଆନନ୍ଦରୁ ସିଦ୍ଧାନ୍ତକୁ ପରିବର୍ତ୍ତନ କରିଥିଲେ। ତାଙ୍କୁ କଣ୍ଟ୍ରୋଲ ରୁମ, ଜିଦିି ଦିଲ ମାନେ ନା, କୁସୁମ, ଏବଂ କ୍ୟୁ ରିସ୍ତୋ ମେଁ କଟ୍ଟି ବଟ୍ଟି ଭଳି ଟିଭି ଶୋ’ରେ ଦେଖିବାକୁ ମିଳିଥିଲା। ବ୍ୟକ୍ତିଗତ ଜୀବନ ବିଷୟରେ ଦେଖିବାକୁ ଗଲେ ଅଭିନେତାଙ୍କ ଦୁଇଟି ପିଲା ଅଛନ୍ତି। ତାଙ୍କର ପ୍ରଥମ ସ୍ତ୍ରୀ ଇରା ଚୌଧୁରୀଙ୍କ ଠାରୁ ଛାଡପତ୍ର ପରେ ସେ ସୁପର ମଡେଲ ଆଲିଶା ରାଉତଙ୍କୁ ବିବାହ କରିଥିଲେ।

 

Share