ଗର୍ଭାବସ୍ଥାରେ ଡରିଗଲେ ଏହି ପ୍ରସିଦ୍ଧ ଅଭିନେତ୍ରୀ

ଅନେକ ହିଟ୍‌ ଟିଭି ଶୋ’ ଏବଂ ବଲିଉଡ୍‌ ଫିଲ୍ମରେ କାମ କରିସାରିଥିବା ପ୍ରସିଦ୍ଧ ଅଭିନେତ୍ରୀ ଅନୀତା ହସନନ୍ଦିନୀ ବର୍ତ୍ତମାନ ଗର୍ଭବତୀ ଅଛନ୍ତି। ଏହି ସମୟକୁ ଏବେ ସେ ମନଭରି ଉପଭୋଗ କରୁଛନ୍ତି। ତେବେ ବିବାହର ୭ ବର୍ଷ ପରେ ଅନୀତା ପ୍ରଥମ ଥର ପାଇଁ ମା’ ହେବାକୁ ଯାଉଛନ୍ତି। ଏହି ସମୟରେ ସେ ନିଜର ଅନେକ ଫଟୋ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଅଧିକାଂଶ ଫଟୋରେ ତାଙ୍କର ବେବି ବମ୍ପ୍‌ ଦେଖିବାକୁ ମିଳୁଛି। ତେବେ ଅନୀତା ଗର୍ଭାବସ୍ଥାରେ ଡରି ଯାଇଥିବା ଏବେ କହିଛନ୍ତି। କାରଣରରେ ସେ କୁହନ୍ତି, ଯେତେବେଳେ ଆପଣ ଗର୍ଭବତୀ ଥିବା ଜାଣୁଛନ୍ତି ଏବଂ ଗର୍ଭଧାରଣ ସହ ବେବି ବିଷୟରେ କିଛି ଜାଣି ନ ଥିବେ ସେତେବେଳେ ଭାରି ଡର ଲାଗେ ବୋଲି ସେ କହିଛନ୍ତି।
ନିକଟରେ ଅନୀତା ଇନ୍‌ଷ୍ଟାଗ୍ରାମ୍‌ରେ ଏବେ ଭିଡିଓ ଶେୟାର କରିଥିଲେ। ଯେଉଁଥିରେ ସେ ଏକ ଛୋଟ ଝିଅକୁ କୋଳରେ ଧରି ଗେଲ କରୁଥିବାର ଦେଖିବାକୁ ମିଳିଥିଲା।

Share