ପିଲାଦିନେ ଦୁଇ ଓଳି ଦୁଇମୁଠା ଖାଇବାକୁ ମିଳୁ ନ ଥିଲା, ସ୍ବାମୀ ଛାଡ଼ପତ୍ର ଦେବା ପରେ ଭାଙ୍ଗି ପଡ଼ିଥିଲି: ରଶ୍ମି

ବମ୍ବେ: ପିଲାଦିନ ସହଜ ନ ଥିଲା। ମା’ଙ୍କୁ ବାପା ଛାଡ଼ପତ୍ର ଦେଇଥିଲେ। ସ୍ବଳ୍ପ ଆୟରେ ଏକୁଟିଆ ପିଲାମାନଙ୍କୁ ସେ ବଢ଼ାଉଥିଲେ। ପାଠପଢ଼ାରେ ଅବହେଳା କରୁ ନ ଥିଲେ ହେଁ ଅନେକ ସମୟରେ ଘରେ ଖାଇବାକୁ ଓଳିଏ ଖାଇବା ନ ଥିଲା। ପର୍ବପର୍ବାଣୀରେ ସମସ୍ତେ ପିଠାପଣାରେ ବୁଡ଼ି ରହୁଥିବା ବେଳେ ଆମେ ଉପାସରେ ଶୋଉଥିଲୁ। ଭାବୁଥିବେ କାହା କଥା ଆମେ କହୁଛୁ। ଏ ହେଉଛି ଟେଲିଭିଜନ କୁଇନ୍‌ ରଶ୍ମି ଦେଶାଇଙ୍କ ବ୍ୟକ୍ତିଗତ ଜୀବନର କଥା।

ନିକଟରେ ଏକ ସାକ୍ଷାତକାରରେ ନିଜର ପରିବାର ବିଷୟରେ କହିଥିଲେ ରଶ୍ମି। ଗରିବ ପରିବାରରୁ ଆସିଥିବାରୁ ପିଲାଦିନ ସହଜ ନ ଥିଲା। ଏହାପରେ ବି କାଷ୍ଟିଂକାଉଚ୍‌, ଛାଡ଼ପତ୍ର ଭଳି ଅନେକ ସମସ୍ୟା ଦେଇ ଗତି କରିଛନ୍ତି ସେ। ହେଲେ ଭାଙ୍ଗି ପଡ଼ିନାହାନ୍ତି। ମୁଣ୍ଡ ଉଠାଇ ପୁଣି ଥରେ ସଳଖ ହୋଇ ଛିଡ଼ା ହୋଇଛନ୍ତି।

୨୦୧୨ରେ ବିବାହ କରିଥିଲେ ରଶ୍ମି। ଅଭିନେତା ନନ୍ଦିଶ ସନ୍ଧୁଙ୍କ ପ୍ରେମରେ ପଡ଼ିବା ପରେ ତାଙ୍କୁ ଜୀବନସାଥୀ ରୂପେ ବାଛି ନେଇଥିଲେ। ଦୀର୍ଘ ୬ ବର୍ଷ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ଅଲଗା ହେବାକୁ ଚାହୁଁ ନ ଥିଲେ ହେଁ ରଶ୍ମି ଶେଷରେ ଛାଡ଼ପତ୍ର ନେବାକୁ ବାଧ୍ୟ ହୋଇଥିଲେ। ଦୀର୍ଘଦିନର ସମ୍ପର୍କ ଯୋଗୁ ନନ୍ଦିଶଙ୍କୁ ଭୁଲିବା ତାଙ୍କ ପକ୍ଷେ କଷ୍ଟକର ହୋଇପଡ଼ିଥିଲା। ହେଲେ ଉପାୟ ନ ଥିଲା। ଧିରେ ଧିରେ ଏହି ଦୁଃଖରୁ ମୁକୁଳିଥିବା ରଶ୍ମୀ ସ୍ବିକାର କରିଛନ୍ତି।

Share