ଶେଷରେ ପୁଅର ଝଲକ ଦେଖାଇଲେ ଭାରତୀ

ଟିଭି ଇଣ୍ଡଷ୍ଟ୍ରିର କମେଡି କୁଇନ ଭାବରେ ଜଣାଶୁଣା ଭାରତୀ ସିଂ ଏବଂ ହର୍ଷ ଲିମ୍ବାଚିୟା ଛୋଟ ପରଦା ସବୁଠୁ ଚର୍ଚ୍ଚିତ କପଲ୍‌ମାନଙ୍କ ମଧ୍ୟରୁ ଅନ୍ୟତମ। ସେମାନଙ୍କର ଯୋଡିକୁ ଦର୍ଶକ ବହୁତ ପସନ୍ଦ କରନ୍ତି। ଦୁଇମାସ ପୂର୍ବେ ଅର୍ଥାତ୍‌ ଏପ୍ରିଲରେ, ହର୍ଷ ଏବଂ ଭାରତୀଙ୍କ ଘରକୁ କୁନି ଅତିଥି ଆସିଥିଲେ। ସେହି ଦିନଠାରୁ ପ୍ରଶଂସକମାନେ ତାଙ୍କ ପୁଅର ଝଲକ ଦେଖିବାକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଶେଷରେ ଦୀର୍ଘ ସମୟ ପରେ ଉଭୟ ପୁଅ ଗୋଲା ଅର୍ଥାତ୍‌ ଲକ୍ଷ୍ୟ ପୁଅର ଝଲକ ଦେଖାଇ ପ୍ରଶଂସକଙ୍କ ଇଚ୍ଛା ପୂରଣ କରିଛନ୍ତି।
ଉଭୟ ନିଜ ଅଫିସିଆଲ ଇନଷ୍ଟାଗ୍ରାମରେ ଏକ ଭିଡିଓ ବ୍ଲଗ ମାଧ୍ୟମରେ ଲୋକଙ୍କୁ ପୁଅ ଲକ୍ଷ୍ୟଙ୍କ ଚେହେରା ଦେଖାଇଥିଲେ। ଭିଡିଓ ଶେୟାର କରି ଭାରତୀ ପ୍ରଶଂସକଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି, ମୋତେ କୁହନ୍ତୁ କିଏ ଗୋଲା କାହା ଭଳି ହୋଇଛି, ପାପା ନା ମା’ ଭଳି। ଫଟୋ ଦେଖି ତୁରନ୍ତ ଏହି ଉତ୍ତର ଦେବେ।

Share