ବିବାହର ପ୍ରତିଶ୍ରୁତି ଦେଇ ଜଣେ ଟିଭି ଅଭିନେତ୍ରୀଙ୍କୁ ବଳାତ୍କାର କରିବା ଘଟଣା ସାମ୍ନାକୁ ଆସିଛି। ଏ ନେଇ ଅଭିନେତ୍ରୀ ଉତ୍ତର ମୁମ୍ବାଇର ଓଶିଓ୍ବାରା ପୋଲିସ ଷ୍ଟେଶନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନେକ ଥର ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏ ନେଇ ପୋଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଚଳାଇଛି।
କିଛି ସପ୍ତାହ ପୂର୍ବେ ଅନ୍ୟ ଜଣେ ଟିଭି ଅଭିନେତ୍ରୀଙ୍କ ଦ୍ୱାରା ଓଶିଓ୍ବାଲା ପୋଲିସ ଷ୍ଟେଶନରେ ସମାନ ଏକ ମାମଲା ରୁଜୁ ହୋଇଥିଲା। ଉକ୍ତ ଅଭିଯୋଗ ଅନୁଯାୟୀ, ଜଣେ ପାଇଲଟ ତାଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ଅନେକ ଥର ତାଙ୍କ ସହ ଶାରୀରିକ ସମ୍ପର୍କ ସ୍ଥାପନ କରିଥିଲେ। ଏ ନେଇ ମଧ୍ୟ ପୋଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଥିବା ଜଣାପଡ଼ିଛି।