ପକ୍ଷାଘାତରେ ଆକ୍ରାନ୍ତ ହେଲେ ଏହି ଅଭିନେତ୍ରୀ

ହିଟଲର ଦିଦି, କୁବୁଲ ହୈ, ଇଶ୍କବାଜ ଏବଂ ତେନାଲୀ ରାମା ଭଳି ଧାରାବାହିକରେ କାମ କରିସାରିଥିବା ଟିଭି ଅଭିନେତ୍ରୀ ନିଶି ସିଂ ଭଦଲି ଫେବୃୟାରୀ ୨୦୧୯ରୁ ସ୍ବାସ୍ଥ୍ୟଗତ ସମସ୍ୟାରେ ସଂଘର୍ଷ କରୁଛନ୍ତି। ଏବେ ସେ ପକ୍ଷାଘାତରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଚିକିତ୍ସାରେ ଅନେକ ଟଙ୍କା ଖର୍ଚ୍ଚ ସରିଲାଣି। ପରିସ୍ଥିତି ଏପରି ହୋଇଛି ଯେ, ପରିବାରକୁ ଆର୍ଥିକ ସହାୟତା ମାଗିବାକୁ ପଡୁଛି। ବର୍ତ୍ତମାନ ସ୍ବାମୀ ତଥା ଲେଖକ ସଞ୍ଜୟ ସିଂ ଭଦଲି ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସହାୟତା ମାଗିଛନ୍ତି।
ଖବର ଅନୁଯାୟୀ ସ୍ତ୍ରୀଙ୍କ ଚିକିତ୍ସା ପାଇଁ ସଞ୍ଜୟ ନିଜ ଫ୍ଲାଟକୁ ମଧ୍ୟ ବନ୍ଧକ ରଖିଛନ୍ତି। ସ୍ତ୍ରୀଙ୍କ ଦେଖାଶୁଣା କରୁଥିବାରୁ ତାଙ୍କ ପାଖରେ ମଧ୍ୟ କୌଣସି କାମ ନାହିଁ।

Share