ହାଇଦ୍ରାବାଦ,୪।୮: ଦକ୍ଷିଣ ଭାରତର ଜଣାଶୁଣା ଟେଲି ଅଭିନେତ୍ରୀ ଶ୍ରୁତି ଶନମୁଗ ପ୍ରିୟାଙ୍କ ଉପରେ ଦୁଃଖର ପାହାଡ଼ ଭାଙ୍ଗି ପଡ଼ିଛି। ଶ୍ରୁତିଙ୍କ ସ୍ବାମୀ ଅରବିନ୍ଦ ଶେଖରଙ୍କ ହଠାତ ହୃଦଘାତରେ ମୃତ୍ୟୁ ଘଟିଛି। ତେବେ ଦୁହିଁଙ୍କ ବିବାହ ମେ ୨୦୨୨ରେ ହୋଇଥିବା ବେଳେ ଏବେ ଅରବିନ୍ଦଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି ଶ୍ରୁତି।
ଅରବିନ୍ଦ ପେସାରେ ଇଞ୍ଜିନିୟର ସହ ଫିଟ୍ନେସ୍ କୋଚ୍ ଥିଲେ। ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୩୦ ବର୍ଷ ହୋଇଥିଲା। ହୃଦଘାତ ଆସିବା ପରେ ଅରବିନ୍ଦଙ୍କୁ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଗତ ମେ’ରେ ଦୁହେଁ ବିବାହ ବାର୍ଷିକୀ ପାଳନ କରିଥିଲେ। ଏବେ ଶ୍ରୁତି ତାଙ୍କୁ ହରାଇ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି।