ନୂଆଦିଲ୍ଲୀ,୨୪।୧୧: ଟିଭି ସିରିୟଲରେ ଦମ୍ଦାର ଅଭିନୟ ପରେ ରାଜନୀତିରେ ପାଦ ଥାପି କେନ୍ଦ୍ର ମନ୍ତ୍ରୀ ହୋଇଥିବା ସ୍ମୃତି ଇରାନୀଙ୍କୁ କୌଣସି ପରିଚୟର ଆବଶ୍ୟକତା ନାହିଁ। ଯଦିଓ ସେ ବର୍ତ୍ତମାନ ରାଜନୀତିରେ ଅଧିକ ସକ୍ରିୟ ଅଛନ୍ତି, କିନ୍ତୁ ସୋସିଆଲ ମିଡିଆରେ ତାଙ୍କ ପ୍ରଶଂସକଙ୍କ ସହ ଯୋଡି ହୋଇ ରହିଛନ୍ତି। ଆଜିକାଲି, ତାଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀରୁ ସମୟ ବାହାର କରି ସ୍ମୃତି ଆଚାର ତିଆରି କରିବାରେ ବ୍ୟସ୍ତ ଅଛନ୍ତି। କେବଳ ଏତିକି ନୁହେଁ, ସେ ପ୍ରଶଂସକଙ୍କ ସହ ଏହାର ରେସିପି ମଧ୍ୟ ଶେୟାର କରିଛନ୍ତି।
ଇନଷ୍ଟାଗ୍ରାମ ଷ୍ଟାଟସ ମାଧ୍ୟମରେ ସ୍ମୃତି ଆମ୍ବ ଆଚାର ଏବଂ ପରେ ମିକ୍ସ ଆଚାର କିପରି ପ୍ରସ୍ତୁତ କରିଥିଲେ ତାହା ଦର୍ଶାଇଥିଲେ। ଆଚାରରେ ସେ ଆମ୍ବ, କୋବି ଏବଂ ଗାଜର ପରି ପନିପରିବା ବ୍ୟବହାର କରୁଥିଲେ। ସେ ଏହି ଇନଷ୍ଟାଗ୍ରାମ ଷ୍ଟାଟସକୁ ଏକ ମଜାଦାର ଢଙ୍ଗରେ ଉପସ୍ଥାପନ କରିଥିଲେ।