ଆତ୍ମହତ୍ୟା କଲେ ଅଭିନେତ୍ରୀ ବୈଶାଳୀ ଠକ୍କର

ମୁମ୍ବାଇ: ଟେଲିଭିଜନ ଇଣ୍ଡଷ୍ଟ୍ରିରୁ ଗୋଟିଏ ପରେ ଗୋଟିଏ ଦୁଃଖଦ ଖବର ସାମ୍ନାକୁ ଆସୁଛି । କିଛିଦିନ ତଳେ ‘ ଭାଭି ଜି ଘର ପର ହୈ’ର ମଲଖାନ ଉର୍ଫ ଦୀପେଶ ଭାନଙ୍କର ହୃଦଘାତରେ ପରଲୋକ ହୋଇଥିଲା । ଏବେ ଜଣେଇ ଫେମଶ ଅଭିନେତ୍ରୀ ଆତ୍ମହତ୍ୟା କରିଥିବା ଜଣାପଡିଛି । ‘ୟେ ରିସ୍ତା କ୍ୟା କହଲାତା’ରୁ ପ୍ରସିଦ୍ଧି ଲାଭ କରିଥିବା ଅଭିନେତ୍ରୀ ବୈଶାଳୀ ଠକ୍କର ଆତ୍ମହତ୍ୟା କରିଥିବା ଜଣାପଡିଛି ।

ଅଭିନେତ୍ରୀ ବୈଶାଳୀଙ୍କ ଆତ୍ମହତ୍ୟା ଖବର ଶୁଣିବା ପରେ ତାଙ୍କ ପ୍ରଶଂସକମାନେ ଚକିତ ହୋଇଯାଇଛନ୍ତି । ପ୍ରାୟ ବର୍ଷେ ହେବ ସେ ଟେଲିଭିଜନ ଇଣ୍ଡଷ୍ଟ୍ରିଠାରୁ ଦୂରେଇ ରହିଥିଲେ । ଏବେ ସେ ତାଙ୍କ ହୋମ ଟାଉନ ଇନ୍ଦୋରରେ ରହୁଥିଲେ । ତାଙ୍କ ଆତ୍ମହତ୍ୟା ସମ୍ପର୍କରେ ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବୈଶାଳୀଙ୍କ ମୃତଦେହକୁ ଜବତ କରିବା ସହ ଏକ ସୁଇସାଇଡ ନୋଟ ବି ଜବତ କରିଛି । ଫାଶୀ ଲଗାଇ ଆତ୍ମହତ୍ୟା କରିଥିବା ବୈଶାଳୀ ପ୍ରେମ ବ୍ୟାପାରରୁ ଏପରି କରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ପୋଲିସ ଘଟଣାର ଯାଞ୍ଚ ଆରମ୍ଭ କରିଛି ।
ଟେଲିଭିଜନ ଦୁନିଆରେ ରାଜ କରୁଥିବା ବୈଶାଳୀ ‘ସଶୁରାଲ ସିମର କା’ ଓ ‘ୟେ ରିସ୍ତା କ୍ୟା କହଲାତା’ରେ ଦମଦାର ଅଭିନୟ କରି ନିଜର ଭିନ୍ନ ପରିଚୟ ସୃଷ୍ଟି କରିଥିଲେ । ଏହାସହ ‘ସୁପର ସିଷ୍ଟର୍ସ’, ‘ବିଷ ୟା ଅମୃତ’, ‘ମନମୋହିନି ୨’, ‘ୟେ ହେ ଆଶିକି’ ସିରିଏଲରେ ନଜର ଆସିଛନ୍ତି ।

Share