ପୁଅ ପାଇଁ କ୍ଷମା ମାଗିଲେ ଏହି ପ୍ରସିଦ୍ଧ ଗାୟକ

ଲୋକପ୍ରିୟ ଟେଲିଭିଜନ୍‌ ଶୋ’ ବିଗ ବସ୍‌ ଘରେ ପ୍ରତିଯୋଗୀ ଥିବା ବଲିଉଡ ଗାୟକ କୁମାର ସାନୁଙ୍କ ପୁଅ ଜାନ କୁମାର ମରାଠୀ ଭାଷା ଉପରେ ମନ୍ତବ୍ୟ ଦେଇ ଚର୍ଚ୍ଚାକୁ ଆସିଛନ୍ତି। ଏହା ପରେ ମହାରାଷ୍ଟ୍ର ନବନିର୍ମାଣ ସେନା (ଏମ୍‌ଏନ୍‌ଏସ୍‌) ୨୪ ଘଣ୍ଟା ମଧ୍ୟରେ ଜାନଙ୍କୁ କ୍ଷମା ମାଗିବାକୁ କହିଥିଲେ। ସମସ୍ତଙ୍କ ସାମ୍ନାରେ ଜାତୀୟ ଟେଲିଭିଜନରେ ସମସ୍ତ ମରାଠୀ ଲୋକଙ୍କୁ କ୍ଷମା ମାଗିଥିଲେ। ପୁଅ ଜାନଙ୍କ ଏହି କାର୍ଯ୍ୟରେ କୁମାର ସାନୁ ମଧ୍ୟ ରାଗିଛନ୍ତି। ସେ ମଧ୍ୟ ତାଙ୍କ ତରଫରୁ ଲୋକଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ସେ ସ୍ବୀକାର କରିଛନ୍ତି ଯେ ଶୋ’ରେ ତାଙ୍କ ପୁଅ ଭୁଲ୍‌ କଥା କହିଥିଲେ। କୁମାର ସାନୁ ଫେସବୁକରେ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ସେ କହିଛନ୍ତି, ନମସ୍କାର ଉଦ୍ଧବ ଜୀ, ମୁଁ କୁମାର କୁମାର ସାନୁ, କୋଭିଡ ସମୟରେ ବିଏମସି ମୋର ଯତ୍ନ ନେଇଥିବାରୁ ମୋତେ ଭଲ ଲାଗିଲା। ମୁଁ ଏସବୁ ପାଇଁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି। ବିଏମ୍‌ସି ଯୋଗୁ ମୁଁ ଶୀଘ୍ର ସୁସ୍ଥ ହେଲି। ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ଶୁଣିଛି ଯେ ମୋ ପୁଅ ଜାନ ବହୁତ ଭୁଲ କଥା କହିଛନ୍ତି, ମୁଁ ସମସ୍ତ ଭାଷାକୁ ସମ୍ମାନ କରେ। ମୁଁ ପ୍ରତ୍ୟେକ ଭାଷାରେ ଏକ ଗୀତ ଗାଇଛି। ତେଣୁ ପୁଅ ଯାହା କହିଛନ୍ତି, ମୁଁ ତାକୁ ନେଇ କ୍ଷମା ମାଗୁଛି। ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୭ରେ ବିଗ୍‌ ବସ୍‌ର ଏକ ଏପିସୋଡରେ ଶୋ’ର ପ୍ରତିଯୋଗୀ ରାହୁଲ ବୈଦ୍ଧ ଏବଂ ନିକ୍କି ତମ୍ବୋଲି ମରାଠୀ ଭାଷାରେ କଥାବାର୍ତ୍ତା ହେଉଥିଲେ। ସେତେବେଳେ ଜାନ କୁମାର ସାନ କହିଥିଲେ, ହିନ୍ଦୀରେ କଥରା ହୁଅ, ମୋତେ ମରାଠୀ ଭାଷା ଶୁଣିବାକୁ ଚିଡା ଲାଗେ।

Share