ଦିଶାଙ୍କ ସହ ବୁଲିବାକୁ ବାହାରିଲେରାହୁଲ: ବୁକ୍‌ କଲେ ପ୍ରାଇଭେଟ ହେଲିକପ୍ଟର

ରିଆଲିଟି ଶୋ’ ‘ବିଗ ବସ୍‌-୧୪’ର ରନର୍‌ ଅପ୍‌ ହୋଇଥିବା ରାହୁଲ ବୈଦ୍ୟ ବିଗ ବସ୍‌ ଘର ଉକ୍ତ ସମୟରେ ନିଜର ଭଲ ଇମେଜ୍‌ ସୃଷ୍ଟି କରିପାରିଥିଲେ। ରାହୁଲ ହୁଏତ ଟାଇଟଲ ଜିତି ନ ଥିଲେ, କିନ୍ତୁ ସେ ଲୋକଙ୍କ ହୃଦୟ ଜିତିପାରିଥିଲେ। ସେ ‘ବିଗ ବସ୍‌’ ଘରେ ଦିଶା ପାରମାରଙ୍କୁ ପ୍ରେମ ନିବେଦନ କରିଥିଲେ। ଏହି ଶୋ’ରେ ତାଙ୍କୁ ବିବାହ କରିବାକୁ ନିଶ୍ଚିତ ମଧ୍ୟ କରିଥିଲେ। ବର୍ତ୍ତମାନ ବିଗ ବସ୍‌ ଘରୁ ବାହାରିବା ପରେ ଉଭୟ ମସ୍ତି କରୁଛନ୍ତି ।
ରାହୁଲ ଏବେ ଦିଶାଙ୍କ ସହ ଛୁଟି କାଟୁଛନ୍ତି। ଏଥିପାଇଁ ସେମାନେ ନିଜର ବ୍ୟକ୍ତିିଗତ ହେଲିକପ୍ଟର ଯୋଗେ ଯିବାକୁ ସ୍ଥିର କରିଛନ୍ତି। ନିଜେ ରାହୁଲ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏହି ସୂଚନା ଦେଇଛନ୍ତି। ଦିଶାଙ୍କ ସହ ରାହୁଲ ନିଜର ଏକ ଫଟୋ ପୋଷ୍ଟ କରି ଲେଖିଛନ୍ତି, ‘ଚଲୋ ଲେ ଚଲେ ତୁମ୍ଭେ ତାରୋକେ ଶହର ମେଁ…’। ଫଟୋରେ ରାହୁଲ ଏବଂ ଦିଶା ହେଲିକପ୍ଟରରେ ବସିଥିବାର ନଜର ଆସିଛନ୍ତି। ଉଭୟ ବହୁତ ସୁନ୍ଦର ମଧ୍ୟ ଦେଖାଯାଉଛନ୍ତି।

Share