ଏସବୁ ସେଲିବ୍ରିଟିଙ୍କ ପାଇଁ ୨୦୨୦ର ସ୍ମୃତି ମଧୁର, ମିଳିଛି ପ୍ରେମକୁ ସ୍ବୀକୃତି

ବମ୍ବେ: ଶେଷ ହୋଇଛି ବର୍ଷ ୨୦୨୦। ହେଲେ ତାର ସ୍ମୃତି ସର୍ବଦା ଅଭୂଲା ହୋଇ ରହିବ। ଲକ୍‌ଡାଉନ୍‌ ଯୋଗୁ କିଛି ମାସ ପର୍ଯ୍ୟନ୍ତ ଲୋକେ ପାର୍ଟି ତଥା ଉତ୍ସବ ମନାଇପାରି ନ ଥିଲେ। ଏହି ସମୟରେ ବିବାହ ଉପରେ କଟକଣା ଲାଗିଥିଲା। ହେଲେ ବର୍ଷ ଶେଷ ଆଡକୁ ଏହା କୋହଳ ହେବା ପରେ ହାତକୁ ଦୁଇହାତ ହୋଇଥିଲେ ଅନେକ ସେଲିବ୍ରିଟି ଯୋଡ଼ି। ଏଇ ଯେମିତି ଗୌହର ଖାନ୍‌-ଜୈଦ ଦରବାର,ପୁନିତ ପାଠକ-ନିଧି ସିଂହ, ନେହା କକ୍କଡ-ରୋହନପ୍ରିତ ସିଂହ, ଆଦିତ୍ୟ ନାରାୟଣ-ଶ୍ୱେତା ଅଗ୍ରଓ୍ବାଲ, ମନିଷ ରାୟସିଂଘମ-ସଂଗୀତା ଚୌହାନ, ପୂଜା ବାନାର୍ଜୀ-କୁନାଲ ବର୍ମା, ନୀତି ଟେଲର-ପରୀକ୍ଷିତ ବାଓ୍ବା, ସନା ଖାନ-ମୁଫ୍‌ତି ଅନସ ସାୟେଦ, ବଲରାଜ-ଦିପ୍ତି ତୁଲୀ, ରାଜଶ୍ରୀ ରାନୀ-ଗୌରବ ଜୈନ ପ୍ରମୁଖ ବିବାହ କରିଛନ୍ତି। ଏବେ ସେମାନେ ନୂଆବର୍ଷକୁ ନିଜର ଜୀବନସାଥୀଙ୍କ ସହ ପାଳନ କରିବାକୁ ସମସ୍ତ ପ୍ରସ୍ତୁତି ଶେଷ କରିଛନ୍ତି।

ପ୍ରଥମେ ଗୋଟିଏ ପରେ ଗୋଟିଏ ଅଭିନେତାଙ୍କ ବିଦାୟକୁ ନେଇ ଭାଙ୍ଗିପଡ଼ିଥିବା ସିନେଇଣ୍ଡଷ୍ଟ୍ରୀ ଲକ୍‌ଡାଉନ୍‌ ଉଠିବା ପରେ ବିବାହକୁ ନେଇ ଚର୍ଚ୍ଚାରେ ରହିଆସୁଛି। ପୁରୁଣା ବର୍ଷର ସ୍ମୃତିକୁ ମଧୁର କରିବା ଲାଗି ସେଲିବ୍ରିଟିମାନେ ବିବାହ ବନ୍ଧନରେ ଆବଦ୍ଧ ହୋଇ ପ୍ରଶଂସକଙ୍କ ସହ ଖୁସି ବାଣ୍ଟୁଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ସେମାନଙ୍କୁ ଢ଼େର ସାରା ଭଲପାଇବା ମିଳୁଥିବା ଦେଖାଯାଉଛି। ଏବେ ନୂଆ ବର୍ଷରେ ଆଉ କେଉଁ ନୂଆ ଯୋଡ଼ିଙ୍କ ପ୍ରେମକୁ ସ୍ବୀକୃତି ମିଳୁଛି ତାହା ଦେଖିବାକୁ ବାକି ରହିଲା।

Share