ଏହି ପ୍ରସିଦ୍ଧ ଅଭିନେତାଙ୍କ ଉପରେ ଖସିଲା ଦୁଃଖର ପାହାଡ, ପିତାଙ୍କ ପରେ ଚାଲିଗଲା ପୁଅର ଜୀବନ

ଚମତ୍କାର ଅଭିନୟ କରି ଦର୍ଶକଙ୍କୁ ହସାଉଥିବା ପ୍ରସିଦ୍ଧ ଅଭିନେତା ରାଜୀବ ନିଗମ ଉପରେ ଦୁଃଖର ପାହାଡ ଖସିଛି। ନିକଟରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଥିଲା ଏବଂ ଏବେ ତାଙ୍କ ସାନପୁଅ ଦେବରାଜଙ୍କର ମଧ୍ୟ ମୃତ୍ୟୁ ହୋଇଛି। ରାଜୀବ ନିଗମ ନିଜେ ଏହି ସୂଚନା ଦେଇଛନ୍ତି। ଅଭିନେତାଙ୍କ ଅନୁଯାୟୀ ତାଙ୍କ ଜନ୍ମଦିନ ଅବସରରେ କେକ୍‌ କାଟିବା ପୂର୍ବରୁ ପୁଅ ଦୁନିଆରୁ ବିଦାୟ ନେଇଥିଲେ। ରାଜୀବ ନିଗମଙ୍କ ପୁଅର ହଠାତ୍‌ ମୃତ୍ୟୁ ପରେ ତାଙ୍କ ପରିବାର ଏବଂ ସମ୍ପର୍କୀୟଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଏକ ପୋଷ୍ଟରେ ପୁଅର ମୃତ୍ୟୁ ଖବରରେ ଭଙ୍ଗିପଡି ସେ ଲେଖିଛନ୍ତି ମୋର ଜନ୍ମଦିନରେ ଏହା କି ପ୍ରକାର ଆଶ୍ଚର୍ଯ୍ୟ ଉପହାର? ମୋ ପୁଅ ଦେବରାଜ ଆଜି ଜନ୍ମଦିନର କେକ୍‌ ନ କାଟି ମୋତେ ଛାଡି ଚାଲିଗଲେ। ପାଗଳ କେହି ଏପରି ଉପହାର ଦିଅନ୍ତି କି? ବୋଲି ସେ କହିଛନ୍ତି। ରାଜୀବଙ୍କ ପୁଅ ମୁମ୍ବାଇର ଲୋଖଣ୍ଡଓ୍ବୋଲାରେ ଥିବା ବାସଭବନରେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ଗତ କିଛିଦିନ ହେବ ତାଙ୍କ ପୁଅ ଭେଣ୍ଟିଲେଟର୍‌ରେ ଥିବା ସେ କହିଥିଲେ। ନିକଟରେ ତାଙ୍କ ପିତାଙ୍କ ମୃତ୍ୟୁ ଘଟିଥିଲା। ଗୋଟିଏ ପରେ ଗୋଟିଏ ଦୁଃଖ ଖବର ତାଙ୍କ ପରିବାର ଉପରେ ଦୁଃଖରେ ଭାଙ୍ଗିପଡିଥିବା ସେ କହିଛନ୍ତି।

Share