ମାଆ ହେବେ ସୁଗନ୍ଧା

ମୁମ୍ବାଇ:  ସିଙ୍ଗର ତଥା କମେଡିଆନ ସୁଗନ୍ଧା ମିଶ୍ର ରବିବାର ତାଙ୍କ ଫ୍ୟାନ୍ସଙ୍କ ସହ ଏକ ଗୁଡ ନ୍ୟୁଜ ଶେୟାର କରିଛନ୍ତି। ଅସଲ କଥା ହେଲା ଏହି ଅଭିନେତ୍ରୀ ଖୁବ ଶୀଘ୍ର ମା’ ହେବାକୁ ଯାଉଛନ୍ତି । ଆଜିକାଲି ସେ ତାଙ୍କ ପ୍ରେଗ୍ନେସିକୁ ଖୁବ ଏନଜୟ କରୁଛନ୍ତି। ସୋସିଆଲ ମିଡିଆରେ ବେବି ବମ୍ପର ଅନେକ ଫଟୋ ଶେୟାର କରିଛନ୍ତି।
ଖୁବ ଶୀଘ୍ର ସୁଗନ୍ଧା ମିଶ୍ର ଏବଂ ସଙ୍କେତ ଭୋସଲେଙ୍କ ଘରକୁ ଜଣେ କୁନି ଅତିଥି ଆସିବେ। ଏହି ଦମ୍ପତି ସେମାନଙ୍କର ପ୍ରଥମ ସନ୍ତାନକୁ ସ୍ବାଗତ କରିବାକୁ ବହୁତ ଉତ୍ସାହିତ ଅଛନ୍ତି। ଇନଷ୍ଟାଗ୍ରାମରେ ସ୍ବାମୀ ସଙ୍କେତ ଭୋସଲେଙ୍କ ସହ ଗୋଟିଏ ନୁହେଁ ଅନେକ ଫଟୋ ଶେୟାର କରି ସୁଗନ୍ଧା ମିଶ୍ର ଏହି ଖୁସି ଖବର ସେୟାର କରିଛନ୍ତି। ଏହି ଦମ୍ପତି ସେମାନଙ୍କ ଆଗାମୀ ସନ୍ତାନ ବିଷୟରେ ସୂଚନା ଦେଇଛନ୍ତି।

ଅକ୍ଟୋବର ୧୫, ୨୦୨୩ ଏକ ବିଶେଷ ଦିନ, ନବରାତ୍ରୀ ଆଜିଠାରୁ ଆରମ୍ଭ ହୋଇଛି। ଫଟୋ ଶେୟାର କରି କ୍ୟାପସନରେ ଲେଖାଥିଲା, ‘ଜଲ୍ଦ ହି କୋଇ ଆନେ ବାଲା ହୈ। ହମ ବିଲକୁଲ ଭି ଇନ୍ତେଜାର ନେହିଁ କର ପା ରହେ ହୈ। ଆପଣମାନଙ୍କ ଭଲପାଇବା ଏବଂ ଆଶୀର୍ବାଦ ଆମ ଉପରେ ଥାଉ। ଫଟୋଗୁଡ଼ିକରେ ସୁଗନ୍ଧା ମିଶ୍ର ଏକ ମେରୁନ କଲର ଥାଇ-ହାଇ ସ୍ଲିଟ ଗାଉନରେ ନିଜ ବେବି ବମ୍ପ ଫ୍ଲାଟର୍ନ କରିଥିବା ଦେଖିବାକୁ ମିଳିଛି। ଯେତେବେଳେ କି, ସଙ୍କେତ ପିଙ୍କ ସାର୍ଟ ଏବଂ ଡେନିମ ଜିନ୍ସରେ ନଜର ଆସିଛନ୍ତି।
ସୂଚନାଯୋଗ୍ୟ, ସୁଗନ୍ଧ ମିଶ୍ର ଏବଂ ସଙ୍କେତ ୨୦୨୧ରେ ବିବାହ କରିଥିଲେ। କରୋନା ଅବଧି ସମୟରେ, ଉଭୟ ନିଜ ପରିବାର ମଧ୍ୟରେ ଅତି ନିରାଡମ୍ବର ବିବାହ କରିଥିଲେ। ଉଭୟ ବର୍ଷ ବର୍ଷ ଧରି ଭଲ ବନ୍ଧୁ ଥିଲେ ଏବଂ ସେମାନଙ୍କ ଆଫେୟାର ଖବର ଦୀର୍ଘ ସମୟ ଧରି ଆଲୋଚନା ହେଉଥିଲା। ଏବେ ଦୁଇ ବର୍ଷର ବିବାହ ପରେ ଏହି ଦମ୍ପତି ମାତାପିତା ହେବାକୁ ଯାଉଛନ୍ତି।

Share