ଅଲଗା ହେଲେ ପର୍ଲ-ଆଶିଷ

ବମ୍ବେ: ଅଭିନେତା ଆଶିଷ କପୁରଙ୍କଠାରୁ ଅଲଗା ହୋଇଛନ୍ତି ନିର୍ମାତା ପର୍ଲ ଗ୍ରେ। ଗତ ବର୍ଷ ଜୁଲାଇ ୧୨ରେ ଉଭୟ ନିର୍ବନ୍ଧ କରିଥିଲେ। ସେବେଠାରୁ ସେମାନେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ସବୁକିଛିରେ ପୂର୍ଣ୍ଣଚ୍ଛେଦ ପଡ଼ିଛି। ଉଭୟ ନିର୍ବନ୍ଧ ଭାଙ୍ଗିବା ସହ ସୋସିଆଲ ମିଡିଆରୁ ମଧ୍ୟ ପରସ୍ପରକୁ ଅନ୍‌ଫଲୋ ମଧ୍ୟ କରିଛନ୍ତି।

ଟେଲିଭିଜନ ଧାରାବାହିକ ‘ମନ କି ଆଓ୍ବାଜ ପ୍ରତିଜ୍ଞା-୨’ର ଶୁଟିଂ ସମୟରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। ଅଗଷ୍ଟ ୨୦୨୧ ଯାଏ ଆଶିଷ ଶୋ’ର ଅଂଶବିଶେଷ ଥିଲେ। ଏହି ସମୟରେ ପର୍ଲ ଏବଂ ତାଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ପରେ ସେମାନେ ସମ୍ପର୍କକୁ ନାମ ଦେବାକୁ ଯାଇ ନିର୍ବନ୍ଧ କରିଥିଲେ। ହେଲେ ପରସ୍ପର ମଧ୍ୟରେ ଝଗଡ଼ା ହେବା କାରଣରୁ ଏହା ଭାଙ୍ଗିଛି।

ଆଶିଷଙ୍କଠାରୁ ଅଲଗା ହେବାକୁ ନେଇ ପର୍ଲ କହିଛନ୍ତି, ହଁ, ଯାହା ହୋଇଛି ଭଲ ପାଇଁ ହୋଇଛି। ତାହା ମୋର ସବୁଠାରୁ ବଡ଼ ଭୁଲ ଥିଲା। ସତ କହିବାକୁ ଗଲେ ମୋ’ ଜୀବନର ବଡ଼ ଭୁଲ ଥିଲା। ସେହିଭଳି ଆଶିଷ କିଛି କହିବେ ନାହିଁ ବୋଲି ଶୁଣାଇଛନ୍ତି।

Share