ତୁଟିଲା ଚାରି ବର୍ଷର ସମ୍ପର୍କ

ବମ୍ବେ: ଡେଟିଂର ଚାରି ବର୍ଷ ପରେ ବାଟ ଅଲଗା। ଟେଲିପରଦାର ଅନ୍ୟତମ ଲୋକପ୍ରିୟ ଯୋଡ଼ି ହର୍ଷଦ ଅରୋରା ଏବଂ ଅପର୍ନା କୁମାର ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି। ଜୁନ୍‌ରେ ସେମାନେ ଅଲଗା ହୋଇଥିବା ବେଳେ ଏବେ ସମସ୍ତେ ଜାଣିଛନ୍ତି।

‘ଥୋଡା ସା ବାଦଲ ଥୋଡା ସା ପାନି’ରେ ଅଭିନୟ କରିଥିବା ହର୍ଷଦ କହିଛନ୍ତି, ଆମ ଭିତରେ ଥିବା ମତଭେଦ ଯୋଗୁ ଅଲଗା ହୋଇଛୁ। ହେଲେ ଯାହା ବି ଘଟିଛି ତାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁ। ଯାହା ବି ସମୟ ସମ୍ପର୍କରେ ଥାଇ ବିତାଇଛୁ ତାହା ସୁଖଦାୟକ ଥିଲା। ତାଙ୍କୁ ମୋର ଶୁଭକାମନା।

ସେହିଭଳି ବ୍ରେକ୍‌ଅପ୍‌କୁ ନେଇ ଅପର୍ନା କହିଛନ୍ତି, ଆମେ ଦୀର୍ଘଦିନ ଧରି ଡେଟ୍‌ କରିଥିଲୁ ସତ ହେଲେ ସମାନ ଚିନ୍ତାଧାରା ନ ଥିଲା। ସେ ଯାହା ବି ନିଷ୍ପତ୍ତି ନେଇଛନ୍ତି ଖୁସି ଥିବେ। ତାଙ୍କୁ ଶୁଭକାମନା ଜଣାଉଛି। ଏହି ସମ୍ପର୍କରେ ମୁଁ ଦୀର୍ଘ ସାଢ଼େ ୪ ବର୍ଷ ଦେଇଥିଲି, ଏଣୁ ଆଗାମୀ ଦିନ କଷ୍ଟକର ହେବାକୁ ଯାଉଛି। ହେଲେ ମୁଁ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୧୩ ଦିନିଆ ଗଞ୍ଜାମ ମା’ ଦକ୍ଷିଣ କାଳୀଙ୍କ ଦଣ୍ଡ ଶୁଭାରମ୍ଭ

ଗଞ୍ଜାମ,୨।୪(ବିଦ୍ୟାଧର ସାହୁ): ଗଞ୍ଜାମ ସହରର ପ୍ରସିଦ୍ଧ ଶ୍ରୀ ଶ୍ରୀ ମା’ ଦକ୍ଷିଣ ଦଣ୍ଡକାଳୀଙ୍କ ୧୩ ଦିନବ୍ୟାପି ଦଣ୍ଡ ଯାତ୍ରା ବୁଧବାର ଶୁଭାରମ୍ଭ ହୋଇଛି l ଦାମୋଦରପୁର...

ସକାଳୁ ସକାଳୁ ଥରିଲା ପାକିସ୍ତାନ: ଲୋକେ ଭୟଭୀତ

ଇସଲାମାବାଦ୍‌,୨।୪: ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମଙ୍ଗଳବାର ସକାଳୁ ଭୂମିକମ୍ପ ଅନୁଭୂତ ହୋଇଛି। ନ୍ୟାଶନାଲ ସେଣ୍ଟର ଫର୍‌ ସିସମୋଲୋଜି ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା...

କିଛି ଗୋପନୀୟ ରହିବ ନାହିଁ

ଆଦିମ ଅବସ୍ଥାରେ ଆମେ ଲଙ୍ଗଳା ଥିଲୁ, ମଣିଷମାନେ ଅନ୍ୟ ପ୍ରାଣୀ ଭଳି ଜୀବନଯାପନ କରୁଥିଲେ, ଲଜ୍ଜା ଧାରଣା ନ ଥିଲା। ଏବେ ଏକବିଂଶ ଶତାବ୍ଦୀର ତୃତୀୟ...

ଭୂତଳ ଜଳ ଚିନ୍ତା

କେନ୍ଦ୍ର ଜଳଶକ୍ତି ମନ୍ତ୍ରଣାଳୟ ଦ୍ୱାରା ପ୍ରସ୍ତୁତ ଗ୍ରାଉଣ୍ଡ ଓ୍ବାଟର କ୍ୱାଲିଟି ଇନ୍‌ ଶାଲୋ ଆକ୍ୱିଫାୟର୍ସ ଅଫ୍‌ ଇଣ୍ଡିଆ ସର୍ଭେ ରିପୋର୍ଟ ୨୦୨୩ରେ ପ୍ରକାଶ ପାଇଛି ଯେ,...

ନାଁ ବଦଳାଇପାରନ୍ତି ଅଲ୍ଲୁ

ହାଇଦ୍ରାବାଦ: ଅଭିନେତା ଅଲ୍ଲୁ ଅର୍ଜୁନଙ୍କ ଲୋକପ୍ରିୟତା ଏବେ ଶୀର୍ଷରେ ରହିଛି। ବକ୍ସ ଅଫିସରେ ‘ପୁଷ୍ପା ୨’ ଫିଲ୍ମ ସୁପର ଡୁପର ହିଟ୍‌ ହେବା ପରେ ତାଙ୍କୁ...

କୃଷକ କଲ୍ୟାଣ ଟ୍ରଷ୍ଟ ତରଫରୁ ୨ ଲକ୍ଷ ଟଙ୍କା ଜୀବନ ବୀମା ରାଶି ପ୍ରଦାନ

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର): କୃଷକ କଲ୍ୟାଣ ଟ୍ରଷ୍ଟ ଦେବଗଡ଼ ତରଫରୁ ପୂର୍ବନିର୍ଦ୍ଧାରିତ ଅନୁଯାୟୀ ଜିଲାର ସମସ୍ତ ପଞ୍ଜୀକୃତ ଚାଷୀ ମୋଟ ୧୮,୭୭୬ ଜଣଙ୍କ ପାଇଁ ଟ୍ରଷ୍ଟର...

ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ୫ଜଣ ନିର୍ବାଚିତ: ସଂଗଠନକୁ ଆହୁରି ଶକ୍ତିଶାଳୀ କରିବାକୁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି,୨।୪(ଅରୁଣ ସାହୁ)/(ପ୍ରଦୀପ ବେହେରା): ଭାଜପାର ରାଜ୍ୟ ପରିଷଦ ସଦସ୍ୟ ଭାବେ ଜିଲ୍ଲାରୁ ୫ଜଣ ନିର୍ବାଚିତ ହୋଇଛନ୍ତି ସେମାନଙ୍କ ମଧ୍ୟରୁ ଜିଉଦୟଗିରି ନିର୍ବାଚନମଣ୍ଡଳୀରୁ ଦୁଇଜଣ ପରିଷଦ ସଦସ୍ୟ...

ରାଜ୍ୟସ୍ତରୀୟ ଅସ୍ମିତା ହକି ପ୍ରତିଯୋଗିତାରେ ଦେବଗଡ ଦଳର ସଫଳତା: ଖେଳାଳିଙ୍କୁ ସ୍ବାଗତ ସମ୍ବର୍ଦ୍ଧନା

ଦେବଗଡ,୨।୪(ଶଶାଙ୍କ ଶେଖର ଝାଙ୍କର):ରାଉରକେଲାସ୍ଥିତ ବୀର୍ସା ମୁଣ୍ଡା ହକି ଷ୍ଟାଡିୟମ ଠାରେ ଗତ ୨୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଆୟୋଜିତ ରାଜ୍ୟ ସ୍ତରୀୟ ଅସ୍ମିତା ହକି ପ୍ରତିଯୋଗୀତାରେ...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri
preload imagepreload image