Advertisement

ତୁଟିଲା ଚାରି ବର୍ଷର ସମ୍ପର୍କ

ବମ୍ବେ: ଡେଟିଂର ଚାରି ବର୍ଷ ପରେ ବାଟ ଅଲଗା। ଟେଲିପରଦାର ଅନ୍ୟତମ ଲୋକପ୍ରିୟ ଯୋଡ଼ି ହର୍ଷଦ ଅରୋରା ଏବଂ ଅପର୍ନା କୁମାର ଦୀର୍ଘଦିନ ଧରି ପରସ୍ପରକୁ ଡେଟ୍‌ କରି ଆସୁଥିଲେ। ହେଲେ ଏବେ ଉଭୟଙ୍କ ବାଟ ଅଲଗା ହୋଇଛି। ଜୁନ୍‌ରେ ସେମାନେ ଅଲଗା ହୋଇଥିବା ବେଳେ ଏବେ ସମସ୍ତେ ଜାଣିଛନ୍ତି।

‘ଥୋଡା ସା ବାଦଲ ଥୋଡା ସା ପାନି’ରେ ଅଭିନୟ କରିଥିବା ହର୍ଷଦ କହିଛନ୍ତି, ଆମ ଭିତରେ ଥିବା ମତଭେଦ ଯୋଗୁ ଅଲଗା ହୋଇଛୁ। ହେଲେ ଯାହା ବି ଘଟିଛି ତାକୁ ବ୍ୟକ୍ତିଗତ ରଖିବାକୁ ଚାହୁଁ। ଯାହା ବି ସମୟ ସମ୍ପର୍କରେ ଥାଇ ବିତାଇଛୁ ତାହା ସୁଖଦାୟକ ଥିଲା। ତାଙ୍କୁ ମୋର ଶୁଭକାମନା।

ସେହିଭଳି ବ୍ରେକ୍‌ଅପ୍‌କୁ ନେଇ ଅପର୍ନା କହିଛନ୍ତି, ଆମେ ଦୀର୍ଘଦିନ ଧରି ଡେଟ୍‌ କରିଥିଲୁ ସତ ହେଲେ ସମାନ ଚିନ୍ତାଧାରା ନ ଥିଲା। ସେ ଯାହା ବି ନିଷ୍ପତ୍ତି ନେଇଛନ୍ତି ଖୁସି ଥିବେ। ତାଙ୍କୁ ଶୁଭକାମନା ଜଣାଉଛି। ଏହି ସମ୍ପର୍କରେ ମୁଁ ଦୀର୍ଘ ସାଢ଼େ ୪ ବର୍ଷ ଦେଇଥିଲି, ଏଣୁ ଆଗାମୀ ଦିନ କଷ୍ଟକର ହେବାକୁ ଯାଉଛି। ହେଲେ ମୁଁ ଆଗକୁ ବଢ଼ୁଛି ବୋଲି ସେ କହିଛନ୍ତି।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share